ଛତିଶଗଡର ଦୁର୍ଗ ଜିଲ୍ଲାରେ ୬ ଏପ୍ରିଲରୁ ୯ ଦିନିଆ ଲକଡାଉନ । ଜରୁରୀକାଳୀନ ସେବା ଚାଲୁ ରହିବ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର କଡା ନିଷ୍ପତି ।

Advertisment
ଛତିଶଗଡର ଦୁର୍ଗ ଜିଲ୍ଲାରେ ୬ ଏପ୍ରିଲରୁ ୯ ଦିନିଆ ଲକଡାଉନ । ଜରୁରୀକାଳୀନ ସେବା ଚାଲୁ ରହିବ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର କଡା ନିଷ୍ପତି ।

କନକ ବ୍ୟୁରୋ : ଓଡିଶା ସୀମାନ୍ତ ତଥା ଛତିଶଗଡର ଦୁର୍ଗ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ଦୁର୍ଗରେ ୬ ଏପ୍ରିଲରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଦୁର୍ଗ ଜିଲ୍ଲାର ଜିଲ୍ଲାପାଳ ସର୍ବେଶ୍ୱର ନରେନ୍ଦ୍ର ଭୁରେ କହିଛନ୍ତି ଯେ ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଦୁର୍ଗ ଜିଲ୍ଲାର ବେମେତରା, ନୱାଗଡ଼, ବେର୍ଲା, ମାରୋ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ସମସ୍ତ ସ୍ଥାନରେ ଅତ୍ୟାବଶ୍ୟକ ସେବା ସହିତ ଜଡିତ ଦୋକାନଗୁଡ଼ିକ ସକାଳ ୬ଟାରୁ ଦିନ୨ ଟା ପର୍ଯ୍ୟନ୍ତ ଖୋଲାଯିବ । ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୧୭ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି। ଏଥିସହିତ ଗୁରୁବାର ଦିନ ୨୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ଗତ ତିନି ସପ୍ତାହ ମଧ୍ୟରେ, ନୂତନ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ମାର୍ଚ୍ଚ ୨୭ ରେ, ୩୧୬୨ ଜଣ କାରଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୧୭ ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe