କନକ ବ୍ୟୁରୋ: ବିହାରରେ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି ରାଜ୍ୟ ସରକାର ମେ ୧୫ ଯାଏଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହାସହ ହସ୍ପିଟାଲରେ ବେଡର ଅଭାବ ଓ ଅକ୍ସିଜେନର ଅଭାବ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ରାଜ୍ୟରେ ଲକଡାଉନ ଘୋଷଣା କରିବା ପାଇଁ ସରକାରଙ୍କ ଉପରେ ବିଭିନ୍ନ ଆଡୁ ଚାପ ମଧ୍ୟ ପଡିଥିଲା ।
ତେବେ ଲକଡାଉନ ବେଳେ ସମସ୍ତ ଜରୁରୀ କାଳୀନ ସେବା ଜାରି ରହିବ । ଲୋକମାନେ ଜରୁରୀ ସେବା ପାଇଁ ସୁବିଧାରେ ଯାଆସ କରିପାରିବେ । ହେଲେ ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବର୍ତ୍ତମାନ ବିହାରରେ କରୋନା ପଜିଟିଭଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇ ସାରିଛି । ଏମାନଙ୍କ ମଧ୍ୟରେ ୩ ଲକ୍ଷ ୯୮ ହଜାର ୫୫୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ହେଲେ ୧୦୭୬୬୭ ଜଣ ଏବେ ସୁଦ୍ଧା ସକ୍ରିୟ ରହିଛନ୍ତି । ସେପଟେ ୨ ହଜାର ୮୨୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/lockdown-pti1-1618754356.jpg)