ସରକାରଙ୍କ କଟକଣାକୁ ମାନୁ ନାହାନ୍ତି ସରକାରୀ ବାବୁ: ଦ୍ୱାରମୁହଁରେ ଭତ୍ତା ଦେବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଗାଁ ଦାଣ୍ଡରେ ମେଳି କରି ଭତ୍ତା ବାଂଟୁଛନ୍ତି ସରକାରୀ ଅଧିକାରୀ

ବାଙ୍କି ଅଂଚଳରୁ ଆସିଛି ସ୍ପଷ୍ଟ ଚିତ୍ର

1,812

କନକ ବ୍ୟୁରୋ: ସରକାରଙ୍କ କଟକଣାକୁ ଫୁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଙ୍କି ଅଂଚଳରେ । କରୋନା ମହାମାରୀକୁ ରୋକିବା ଲକ୍ଷ୍ୟ ନେଇ ସାମାଜିକ ଦୂରତା ଭଳି ଅନେକ ସଚେତନତା ନିୟମ ରାଜ୍ୟ ସରକାର ଜାରି କରିଛନ୍ତି । କିନ୍ତୁ ବାଙ୍କି ଡମପଡା ବ୍ଲକ ଭଗୀପୁର ପଂଚାୟତରେ ଦେଖିବାକୁ ମିଳିଛି ଏହାର ଖୋଲାଖୋଲି ଉଲ୍ଲଂଘନ ।

ଶତାଧିକ ହିତାଧିକାରୀଙ୍କୁ ଏକାଠି କରି ଭତ୍ତା ବାଂଚୁଛିବା ଦେଖିବାକୁ ମିଳିଛି । ଘର ଘର ବୁଲି ହିତାଧିକାରୀଙ୍କୁ ଭତା ବଂଟାଯିବା ନେଇ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଖାତିର କରି ନାହିଁ ସ୍ଥାନୀୟ ପ୍ରଶାସନ । ଫଳରେ ଗୋଟିଏ ସ୍ଥାନରେ ଆସି ଭତା ନେଇଛନ୍ତି ଶହ ଶହ ହିତାଧିକାରୀ ।

ସେହିପରି ସାରା ବିଶ୍ୱରେ ବ୍ୟାପିଚାଲିଛି କରୋନା ସଂକ୍ରମଣ । ହେଲେ କିଛି ଲୋକଙ୍କ ବେପରୁଆ ମନୋଭାବ ଯୋଗୁଁ ଲକ୍ ଡାଉନ୍ ବେଳେ ସୋରର ମାଛ ମାର୍କେଟରେ ଦେଖିବାକୁ ମିଳିଲା ପ୍ରବଳ ଗହଳି ।