କନକ ବ୍ୟୁରୋ: ସରକାରଙ୍କ କଟକଣାକୁ ଫୁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଙ୍କି ଅଂଚଳରେ । କରୋନା ମହାମାରୀକୁ ରୋକିବା ଲକ୍ଷ୍ୟ ନେଇ ସାମାଜିକ ଦୂରତା ଭଳି ଅନେକ ସଚେତନତା ନିୟମ ରାଜ୍ୟ ସରକାର ଜାରି କରିଛନ୍ତି । କିନ୍ତୁ ବାଙ୍କି ଡମପଡା ବ୍ଲକ ଭଗୀପୁର ପଂଚାୟତରେ ଦେଖିବାକୁ ମିଳିଛି ଏହାର ଖୋଲାଖୋଲି ଉଲ୍ଲଂଘନ ।
ଶତାଧିକ ହିତାଧିକାରୀଙ୍କୁ ଏକାଠି କରି ଭତ୍ତା ବାଂଚୁଛିବା ଦେଖିବାକୁ ମିଳିଛି । ଘର ଘର ବୁଲି ହିତାଧିକାରୀଙ୍କୁ ଭତା ବଂଟାଯିବା ନେଇ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଖାତିର କରି ନାହିଁ ସ୍ଥାନୀୟ ପ୍ରଶାସନ । ଫଳରେ ଗୋଟିଏ ସ୍ଥାନରେ ଆସି ଭତା ନେଇଛନ୍ତି ଶହ ଶହ ହିତାଧିକାରୀ ।
ସେହିପରି ସାରା ବିଶ୍ୱରେ ବ୍ୟାପିଚାଲିଛି କରୋନା ସଂକ୍ରମଣ । ହେଲେ କିଛି ଲୋକଙ୍କ ବେପରୁଆ ମନୋଭାବ ଯୋଗୁଁ ଲକ୍ ଡାଉନ୍ ବେଳେ ସୋରର ମାଛ ମାର୍କେଟରେ ଦେଖିବାକୁ ମିଳିଲା ପ୍ରବଳ ଗହଳି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/Bhatta.png1_.png)