ନ୍ୟୁଜିଲାଣ୍ଡର ସବୁଠୁ ବଡ ସହର ଅକଲାଣ୍ଡରେ ଲକଡାଉନ୍ । ଭୂତାଣୁ ଭୟରେ ତିନି ଦିନିଆ ତାଲାବନ୍ଦ ଘୋଷଣା କଲେ ନ୍ୟୁଜିଲାଣ୍ଡ ସରକାର ।

235

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡର ସବୁଠୁ ବଡ ସହରରେ ପୁଣି ଫେରିଲା ଲକଡାଉନ୍ । କରୋନା ସଂକ୍ରମଣ ବ୍ୟାପୁଥିବା ଦେଖି ନ୍ୟୁଜିଲାଣ୍ଡ ସରକାର ଅକଲାଣ୍ଡ ସହରରେ ୩ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକଡାଉନ୍ ରବିବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇ ତିନି ଦିନ ଯାଏଁ ବଳବତ୍ତର ରହିବ । ଏନେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅକଲାଣ୍ଡରେ ତିନିଦିନିଆ ଲକଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଏଭଳି କରାଯାଇଛି । ଭୂତାଣୁ ଯେଭଳି ଅନ୍ୟ ସହରକୁ ନବ୍ୟାପିବ ସେଥିପାଇଁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅକଲାଣ୍ଡ ସହରର କିଛି ଲୋକଙ୍କ ପାଖରେ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ହେଲେ ଏହା ପୂର୍ବ ଭାଇରସ ତୁଳନାରେ ଭିନ୍ନ ବୋଲି ଜଣାପଡିଛି । ତେଣୁ ଏହା କେତେ ମାରାତ୍ମକ ତା ଏଯାଏଁ ଜଣାପଡିନି । ତେଣୁ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ନ୍ୟୁଜିଲାଣ୍ଡ ସରକାର ଅକଲାଣ୍ଡ ସହରରେ ତିିନିଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।