କନକ ବ୍ୟୁରୋ: ମହାମାରୀ କରୋନା ଭାଇରସକୁ ଆୟତ୍ତ କରିବା ପାଇଁ ପୁଣେରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ପୁଣେରେ ପୁଣି ଥରେ ରାତି ୧୧ଟାରୁ ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର। ସେହିପରି ହୋଟେଲ୍ ଓ ବାରଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ବନ୍ଦ ରହିବ। ଏହାସହ ମାର୍ଚ ୩୧ ତାରିଖ ପର୍ୟ୍ୟନ୍ତ ସହରର ସମସ୍ତ ସ୍କୁଲ୍, କଲେଜ୍ ବନ୍ଦ ରହିବ ବୋଲି ସୂଚନା ରହିଛି। ମଲ୍ ଓ ଥିଏଟର୍ ଆଦି ରାତି ୧୦ଟା ସୁଦ୍ଧା ବନ୍ଦ ହେବାକୁ ଥିବା ବେଳେ ପାର୍କଗୁଡ଼ିକ ସଂଧ୍ୟାରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।
ସେହିପରି ଅକୋଲା ପ୍ରଶାସନ ଶୁକ୍ରବାର ସଂଧ୍ୟାରୁ ସହରରେ ଲକ୍ଡାଉନ୍ ଘୋଷଣା କରିଛି। ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୮ଟା ପର୍ୟ୍ୟନ୍ତ ଅକୋଲାରେ ଲକ୍ଡାଉନ୍ ହେବ । ସେହିପରି ଗୁରୁବାର ନାଗପୁରରେ ଏକ କଡ଼ା ଲକ୍ଡାଉନ୍ ଲାଗୁ ହେବା କଥା ଘୋଷଣା ହୋଇଛି। ମାର୍ଚ ୧୫ରୁ ୨୧ ତାରିଖ ପର୍ୟ୍ୟନ୍ତ ଲକ୍ଡାଉନ୍ ଲାଗୁ ହୋଇଥିବା ଘୋଷଣା ସରିଛି ।
ଗୁରୁବାର ଦିନ ମହାରାଷ୍ଟ୍ରରେ ୧୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ୨୦୨୧ ମସିହାର ରେକର୍ଡ ସୃଷ୍ଟି କରିଛି। ଏବେ ବି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ରରେ ଦିନକୁ ଦନ ଆକ୍ରାନ୍ତ ସଂଖ୍ୟା ବଢ଼ି ବଢ଼ି ଚାଲୁଥିବା ବେଳେ କେହି କେହି ଏହାର କାରଣ ଗ୍ରାମ ପଞ୍ଚାୟନ ନିର୍ବାଚନ କହୁଥିବା ବେଳେ କେହି କେହି ସ୍ଥାନୀୟ ରେଳ ସେବାକୁ ଦୋଷ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/3-16.jpg)