ହରିୟାଣାରେ ବଢୁଛି କରୋନା ସଂକ୍ରମଣ । ସପ୍ତାହେ ପାଇଁ ଲାଗୁ ହେଲା ଲକଡାଉନ୍ । 

81

କନକ ବ୍ୟୁରୋ: କରୋନାର ବଢୁଥିବା ଲହର ଭିତରେ ହରିୟାଣାରେ ଲାଗିଛି ସମ୍ପୂର୍ଣ୍ଣ ଲକଡାଉନ୍ । ହରିୟାଣା ସରକାରରେ ମନ୍ତ୍ରୀ ଥିବା ଅନିଲ ବିଜଙ୍କ ଘୋଷଣା ଅନୁଯାୟୀ, ଆଗାମୀ ୩ ତାରିଖରୁ ହରିୟାଣାରେ ୭ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ରହିବ । ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ସେଠାକାର ୯ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ କରାଯାଇଥିଲା ।

ହରିୟାଣାରେ ଲଗାତାର କିଛି ଦିନ ହେଲା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯେଉଁ କାରଣରୁ ସେଠାରେ ଲକଡାଉନ୍ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏପରି ହେଲେ ସଂକ୍ରମଣ ଚେନକୁ ଭାଙ୍ଗିବା ସହଜ ହେବ ବୋଲି କୁହାଯାଉଛି । ତେଣୁ ସେଠାରେ ସପ୍ତାହେ ପାଇଁ ଲକଡାଉନ୍ କଟକଣା ଲାଗୁ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଂଟା ଭିତରେ ସେଠାରୁ ୧୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶହେରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ହରିୟାଣାରେ ଲକଡାଉନ୍ ଲାଗୁ କରାଯାଇଛି ।