ତାଲାବନ୍ଦ ଆଣିଛି ଦୁଃଖ: ମଠ ମନ୍ଦିରରେ ଶ୍ରଦ୍ଧାଳୁ କଟକଣା ସହ ଧାର୍ମିକ ଓ ବୈଦିକ କାମ ବନ୍ଦ; ପେଟପାଟଣା ଚିନ୍ତାରେ ବ୍ରାହ୍ମଣ ସମାଜ, ସରକାରଙ୍କ ସହାୟତା ଲୋଡିଲା ସଂଘ

207

କନକ ବ୍ୟୁରୋ: କରୋନା ମହାମାରୀର ପ୍ରଭାବ ସାରା ବିଶ୍ୱରେ ପଡିଛି । ଏଥିରୁ ବାଦ୍ ପଡିନାହାନ୍ତି କର୍ମକାଣ୍ଡ କରିବା ସହ ବିଭିନ୍ନ ମଠ ମନ୍ଦିରରେ ସେବାପୂଜା କରି ଜୀବନ ନିର୍ବାହ କରୁଥିବା ବ୍ରାହ୍ମଣ ସମାଜ । ଲକ୍ଡାଉନ୍ ଯୋଗୁ ସମସ୍ତ ପ୍ରକାର ଜାଗଯଜ୍ଞ, ବୈଦିକ ଓ ଧାର୍ମିକ ସମାଗମକୁ ବନ୍ଦ କରାଯାଇଛି । ଫଳରେ ଏଭଳି କୌଳିକ ବୃତି ଆପଣେଇ ରହିଥିବା ବ୍ରାହ୍ମଣ ଏବେ ରୋଜଗାର ହରାଇଛନ୍ତି ।

ତେଣୁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ହୋଇ ପଡିଛି କଷ୍ଟକର । ରାଜ୍ୟର ଏଭଳି ଦୁସ୍ଥ ଅବସ୍ଥାରେ ରହିଥିବା ବ୍ରାହ୍ମଣ ସମାଜ ପ୍ରତି ସରକାର କରୁଣାଦୃଷ୍ଟିରେ ଦେଖିବାକୁ ଅନୁରୋଧ କରିଛି ଓଡିଶା ବୈଦିକ ବ୍ରାହ୍ମଣ ସମାଜ ଟ୍ରଷ୍ଟ । ମୁଖ୍ୟମନ୍ତ୍ରୀ ଅସୁବିଧାରେ ରହିଥିବା ବ୍ରାହ୍ମଣଙ୍କ ଦୁଃଖ ବୁଝିବାକୁ ଅନୁରୋଧ କରିଛି ଟ୍ରଷ୍ଟ ।