କରୋନା ମୁକାବିଲାରେ ବଡ ସଫଳତା ଆଣିଛି ଲକଡାଉନ । ପାଖାପାଖି ୮୫ ପ୍ରତିଶତ ରୋଗ ତାଲାବନ୍ଦ ପାଇଁ ଯାଉଛି କମି

Advertisment
କରୋନା ମୁକାବିଲାରେ ବଡ ସଫଳତା ଆଣିଛି ଲକଡାଉନ । ପାଖାପାଖି ୮୫ ପ୍ରତିଶତ ରୋଗ ତାଲାବନ୍ଦ ପାଇଁ ଯାଉଛି କମି

କନକ ବ୍ୟୁରୋ :  ଭାରତ ଲକ୍‌ଡାଉନ୍‌ର ଚତୁର୍ଥ ସପ୍ତାହରେ ପହଞ୍ଚିଛି। କରୋନା ରୋକିବାପାଇଁ ଲକ୍‌ଡାଉନ୍‌ ନିୟମକୁ ମଧ୍ୟ ବିଭିନ୍ନ ସ୍ଥାନରେ କଡ଼ାକଡ଼ି କରାଯାଇଛି। ତେବେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ , ଲକ୍‌ଡାଉନ୍‌ ଦ୍ବାରା କରୋନା ବ୍ୟାପିବା ୮୫ ପ୍ରତିଶତ କମିଯାଇଛି। ଲକ୍‌ଡାଉନ୍‌ ସମେତ କ‌ରୋନା ନିୟନ୍ତ୍ରଣ ପାଇଁ ଫ୍ରାନ୍ସରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ପାଇଁ ଫ୍ରାନ୍ସରେ କରୋନା ସଂକ୍ରମଣ ୮୪ ପ୍ରତିଶତ କମିଯାଇଛି। ଫ୍ରାନ୍ସର ସଂକ୍ରାମକ ରୋଗ ନିୟନ୍ତ୍ରଣ ୟୁନିଟ୍‌‌, ବ୍ରିଟେନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜେନେଟିକ୍ସ ବିଭାଗ ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ବିଶେଷଜ୍ଞମାନେ ଏହି ଅଧ୍ୟୟନ କରିଛନ୍ତି।

ଅଧ୍ୟୟନ ଅନୁଯାୟୀ କରୋନା ନିୟନ୍ତ୍ରଣ ପାଇଁ ନିଆଯାଉଥିବା ଲକ୍‌ଡାଉନ୍‌ ପଦକ୍ଷେପ ଦ୍ବାରା ଭାଇରସ୍‌ର ପୁନଃ ଉତ୍ପନ୍ନ ସଂଖ୍ୟା ୩.୩ରୁ ୦.୫କୁ କମିଯାଉଛି। ଏହାଦ୍ବାରା ସଂକ୍ରମଣ ପ୍ରାୟ ୮୪ ପ୍ରତିଶତ କମିଯାଉଛି। କିନ୍ତୁ ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ହଟା‌ଯ‌ାଏ ‌ତେବେ ଏହା ବିପଦ ବଢ଼ାଇବ। ଅଧ୍ୟୟନ ଅନୁଯାୟୀ ଲକ୍‌ଡାଉନ୍‌ ଦ୍ବାରା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡ଼ାଇ ଦେଇହେବ। ଫ୍ରାନ୍ସରେ ଲକ୍‌ଡାଉନ୍‌ ପାଇଁ କରୋନାକୁ ଯେଭଳି ନିୟନ୍ତ୍ରଣ କରାଯାଇଛି ‌ସେଇ ଆଧାରରେ ଅଧ୍ୟୟନ କରି ବିଶେଷଜ୍ଞମାନେ ଏହା କହିଛନ୍ତି। ସଂକ୍ରମଣ ଉପରେ ଲକ୍‌ଡାଉନ୍‌ର ପ୍ରଭାବକୁ ଛାଡ଼ିଦେଲେ ଫ୍ରାନ୍ସରେ ବିଳମ୍ବିତ ଜାନୁଆରିରେ କରୋନା ପହଞ୍ଚିବାଠୁ ଆରମ୍ଭ କରି ‌ହସ୍ପିଟାଲ୍‌ରେ ଥିବା ‌ରୋଗୀ ଏବଂ ମୃତ୍ୟୁସଂଖ୍ୟାକୁ ଆଧାର କରି ମଧ୍ୟ ଏହି ଅଧ୍ୟୟନ କରାଯାଇଛି।

ଗବେ‌ଷଣାରେ ହସ୍ପିଟାଲ୍‌ ତଥ୍ୟ ବ୍ୟବହାର କରି କୁହାଯାଇଛି ଯେ, ଫ୍ରାନ୍ସରେ ସମୁଦାୟ ରୋଗୀଙ୍କ ମଧ୍ୟରୁ ୨.୬ ପ୍ରତିଶତ ହସ୍ପିଟାଲ୍‌ରେ ଅଛନ୍ତି ଏବଂ ୦.୫୩ ପ୍ରତିଶତଙ୍କର ମୃତ୍ୟୁ ହୋଇଛି। ୨୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ମୃତ୍ୟୁସଂଖ୍ୟା ସବୁଠୁ କମ୍‌ ତଥା ୦.୦୦୧ ପ୍ରତିଶତ ଥିବାବେଳେ ବୟସ୍କଙ୍କ କ୍ଷେତ୍ରରେ ତଥା ୮୦ ବର୍ଷରୁ ଅଧିକ ରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ରହୁଛି। ହସ୍ପିଟାଲ୍‌ରେ ଭର୍ତ୍ତି ହେଉଥିବା ରୋଗୀଙ୍କ ହାରାହାରି ବୟସ ୬୮ ବର୍ଷ ଏବଂ ମୃତକଙ୍କ ହାରାହାରି ବୟସ ୭୯। ତେବେ ହସ୍ପିଟାଲ୍‌ରେ ଥିବା ସମସ୍ତ କରୋନା ରୋଗୀଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ବୟସ ୭୦ରୁ ଅଧିକ। ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ଫ୍ରାନ୍ସରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ସମୁଦାୟ ରୋଗୀଙ୍କ ମଧ୍ୟରୁ ୨୦ ପ୍ରତିଶତରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ଯାଇପାରେ। ଫ୍ରାନ୍ସରେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସଂକ୍ରମଣର ଶିକାର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe