ଆଜିଠାରୁ ଲାଗୁ ହେବ ସରକାରଙ୍କ ନୂଆ ଲକଡାଉନ ଗାଇଡଲାଇନ୍ । କଟକଣା କୋହଳ ପରେ ସାରାରାଜ୍ୟରେ ଖୋଲିବ ଜିମ୍, ପାର୍ଲର, ସ୍ପା । ସର୍ତ ସହ ଚାଲିବ କାର-ଟ୍ୟାକ୍ସି

258

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ଲାଗୁ ହେବ ନୂଆ ଲକଡାଉନ କଟକଣା । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଆଜିଠାରୁ ସାରାରାଜ୍ୟରେ ଖୋଲିବ ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । ସେହିପରି କେବଳ ପୁରୀକୁ ଛାଡି ସାରାରାଜ୍ୟରେ ଗଡିବ ବସ୍ । ସିଟ କ୍ଷମତା ଅନୁସାରେ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବେ ।
ଡ୍ରାଇଭର ସହ ଦୁଇ ଜଣ ଯାତ୍ରୀଙ୍କୁ ନେଇ କାର-ଅଟୋ ରିକ୍ସା ଚଳାଚଳ କରିପାରିବେ । ରେଷ୍ଟୁରାଂଟ ଓ ଢ଼ାବା ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ କେବଳ ପାର୍ସଲ ପାଇଁ ଅନୁମତି ଦିଆଯାଇଛି । ଅର୍ଥାତ କେହି ବସି ଖାଇପାରିବେ ନାହିଁ । ହେଲେ, ରାଜ୍ୟର ସମସ୍ତ ଥାନାରେ ପାର୍କ, ମଲ, ସିନେମା ହଲ ବନ୍ଦ ରହିବ । ତେବେ କାଟାଗୋରୀ ଏ’ରେ ଥିବା ଜିଲ୍ଲାଗୁଡିକରେ ସାପ୍ତାହିକ ଓ ଦୈନିକ ହାଟ ଖୋଲିବାକୁ ଅନୁମତି ଦିଆଯାଇଥିଲେ ବି କାଟାଗୋରୀ ବିରେ ଥିବା ଜିଲ୍ଳାରେ ବାରଣ କରାଯାଇଛି । ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ୧୭ ଜିଲ୍ଲା ସମେତ କେନ୍ଦୁଝର ,ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ଓ ଅବିଭକ୍ତ ପୁରୀ, କଟକ , ବାଲେଶ୍ୱର ଓ ମୟୂରଭଞ୍ଜର ୧୦ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖାଯାଇଛି ।