କନକ ବ୍ୟୁରୋ: ରାଜ୍ୟରେ ତାଲାବନ୍ଦ ସମୟରେ ଏବେ ବିଭିନ୍ନ ସ୍ଥାନରେ ଭୋକରେ ଆଉଟୁପାଉଟୁ ହେଉଛନ୍ତି ପଶୁ ପକ୍ଷୀ । ଦୋକାନ ବଜାର ଖୋଲିବା ସମୟରେ ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଖାଦ୍ୟ ପାଉଥିଲେ । ଏବେ ଏପରି ସ୍ଥିତିରେ ଜୟପୁରରେ ଭୋକିଲା ମାଙ୍କଡ ମାନଙ୍କୁ ଖାଦ୍ୟ ଦେଉଛନ୍ତି କିଛି ପଶୁ ପ୍ରେମୀ । ଆଉ ତାଲାବନ୍ଦ ସମୟରେ ଭୋକରେ ଥିବା ମାଙ୍କଡ ଏହାକୁ ପାଇ ବେଶ୍ ଖୁସି ହୋଇଛନ୍ତି ।
ସେହିପରି ଜୟପୁରରେ ତାଲାବନ୍ଦକୁ ନେଇ ପୁରା ସହର ରହିଛି ଖାଁ ଖାଁ । କିନ୍ତୁ ପରିବା ବଜାରରେ କିଛି ଭିଡ ଦେଖିବାକୁ ମିଳିଛି । ରାସ୍ତାରେ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲାଗିଥିବାରୁ ଗାଡି ମୋଟର ଚଳାଚଳ କରୁନି । କିନ୍ତୁ ଲୋକେ ପରିବା କିଣିବା ପାଇଁ ସକାଳେ ବଜାରରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଏହା ଉପରେ ଯେପରି ସାମାଜିକ ଦୂରତା ରହିବ ତା ପ୍ରତି ନଜର ରଖିଛି ଜିଲ୍ଲା ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/collage22.jpg)