ଲକଡାଉନ୍ ସଂପ୍ରସାରଣ କଲେ ରାଜ୍ୟ ସରକାର । ଆଉ ୯ଟି ଜିଲ୍ଲାରେ ତାଲା ବନ୍ଦ ଘୋଷଣା ।

6,115

କନକ ବ୍ୟୁରୋ : ଲକଡାଉନ୍ ସଂପ୍ରସାରଣ କଲେ ରାଜ୍ୟ ସରକାର । ୧୪ଟି ଜିଲ୍ଲାକୁ ସଂପ୍ରସାରଣ ହେଲା ଲକଡାଉନ୍ । ପୂର୍ବରୁ ୫ଟି ଜିଲ୍ଲାକୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଥିବା ବେଳେ ଆଜି ଆଉ ୯ଟି ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି, ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା । ଏହି ୯ଟି ଜିଲ୍ଲା ଆସନ୍ତାକାଲିଠାରୁ ଲକଡାଉନ୍ ରହିବ ।

କରୋନା ଭାଇରସର ମୁକାବିଲା ପାଇଁ ପୂର୍ବରୁ ୫ଟି ଜିଲ୍ଲାକୁ ଲକଡାଉନ୍ ଘୋଷଣା କରିଥିଲେ ରାଜ୍ୟ ସରକାର । ଏହି ଜିଲ୍ଲାଗୁଡିକ ହେଉଛି, ଗଞ୍ଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଅନୁଗୁଳ । ତେବେ ଆଜି ଆଉ ୫ଟି ଜିଲ୍ଲାକୁ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର ।