ଲକଡାଉନରେ ୬ ଘଣ୍ଟା ନୁହେଁ ଏଣିକି ୪ ଘଣ୍ଟା : ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ମିଳିବ ମାତ୍ର ୪ ଘଣ୍ଟା

Advertisment
ଲକଡାଉନରେ ୬ ଘଣ୍ଟା ନୁହେଁ ଏଣିକି ୪ ଘଣ୍ଟା : ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ମିଳିବ ମାତ୍ର ୪ ଘଣ୍ଟା

କନକ ବ୍ୟୁରୋ : ରାଜ୍ୟରେ ବଢିଲା ଲକଡାଉନ ଅବଧି । ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି । ଜନସାଧାରଣଙ୍କୁ ୬ ଘଣ୍ଟା ନୁହେଁ ଏଣିକି ୪ ଘଣ୍ଟା ସମୟ ମିଳିବ । ସକାଳ ୭ରୁ ୧୧ଟା ଭିତରେ ଲୋକେ ପନିପରିବା ଓ ସଉଦା ଆଦି କିଣିପାରିବେ ।  ଘରଠାରୁ ୫୦୦ ମିଟର ଭିତରେ ଚାଲି ଚାଲି ଯାଇ କିଣିପାରିବେ ।

ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ । ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ । ଅପରପକ୍ଷରେ ଏଣିକି ବାହାଘରରେ ମାତ୍ର ୨୫ଜଣଙ୍କୁ ଅନୁମତି ମିଳିବ । ବାହାଘର, ବ୍ରତଘର, ଶୁଦ୍ଧିଘରରେ ଭୋଜିଭାତକୁ ବାରଣ କରାଯାଇଛି । କେବଳ ପାର୍ସଲ ଦେଇପାରିବେ । ବ୍ରତଘର ଓ ଶୁଦ୍ଧିଘରରେ ମାତ୍ର ୨୦ଜଣଙ୍କୁ ଅନୁମତି ମିଳିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସରେ କମ୍ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe