କନକ ବ୍ୟୁରୋ : ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର | ଆଜି ତୃତୀୟ ଲହରକୁ ଆଖି ଆଗରେ ରଖି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଅବଧିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି | ତେବେ ନାଇଟ କର୍ଫ୍ୟୁ ପୂର୍ବ ଭଳି ବଳବତ୍ତର ରହିବ ବୋଲି କୁହାଯାଇଛି | ପଶ୍ଚିମବଙ୍ଗ ସରକାର ଦେଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ରାତି ୯ ଟାରୁ ସକାଳ ୫ଟା ମଧ୍ୟରେ ଲୋକ ତଥା ଯାନବାହନ ଚଳାଚଳ ଉପରେ ରାଜ୍ୟବ୍ୟାପୀ ପ୍ରତିବନ୍ଧକ ଜାରି ରହିବ।
ଆଦେଶ ଅନୁଯାୟୀ ଆନ୍ତଃ ରାଜ୍ୟ ଟ୍ରେନ ଚଳାଚଳ ବନ୍ଦ ରହିବ | ସ୍ୱାସ୍ଥ୍ୟ ସେବା, ଆଇନ ଶୃଙ୍ଖଳା, କୃଷିଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ବ୍ୟତୀତ ରାତି ୯ଟାରୁ ସକାଳ ୫ଟା ମଧ୍ୟରେ ଲୋକ ତଥା ଯାନବାହନ ଚଳାଚଳ ସହିତ ବାହ୍ୟ କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇଛି | ରାଜ୍ୟରେ ଏବେ କରୋନା ସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି |
ପଶ୍ଚିମବଙ୍ଗ ସରକାର ସମସ୍ତ ଜିଲ୍ଲା ପ୍ରଶାସନ, ପୁଲିସ କମିଶନରେଟ୍ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ ହେଉଥିବା ନେଇ ନିଶ୍ଚିତ କରିବାକୁ କହିଛନ୍ତି । ଏହି ନିୟମର ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଅନୁଯାୟୀ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ନିର୍ଦ୍ଦେଶରେ ଚେତାବନୀ ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/10-31.jpg)