କନକ ବ୍ୟୁରୋ: ରାଜ୍ୟରେ ପୁଣିଥରେ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ଜୁନ୍ ୧୭ ଯାଏଁ ତାଲାବନ୍ଦ ରହିବ ଓଡିଶା । ଆଜି ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
#ପୁଣି_ବଢିଲା_ଲକଡାଉନ
ଜୁନ ୧୭ ଯାଏଁ ରାଜ୍ୟରେ ଲାଗିଲା ଲକଡାଉନ#LockDown#Odishapic.twitter.com/dePKH3vtgx— Kanak News (@kanak_news) May 30, 2021
ସୂଚନା ମୁତାବକ, ଆସନ୍ତା ୧୭ ତାରିଖ ଯାଏଁ ଓଡିଶାରେ ଲାଗୁ ରହିବ ଲକଡାଉନ୍ । ଏହି ସମୟରେ ପୂର୍ବଭଳି ସମସ୍ତ ନିୟମ ଓ କଟକଣା ଲାଗିରହିବ । ତେବେ କେବଳ ୩ଟି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ । ଏହାବାଦ ଅନ୍ୟ ସମସ୍ତ ଜିଲ୍ଲାରେ ପୂର୍ବଭଳି ୧୧ଟା ଯାଏଁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ ।
#ପୁଣି_ଲାଗିଲା_ଲକଡାଉନ୍
ପୁଣି ୧୬ ଦିନ ତାଲାବନ୍ଦ ଓଡିଶା । ଜୁନ୍ ୧୭ ଯାଏଁ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ୩ ଜିଲ୍ଲାରେ କଟକଣା କୋହଳ । #lockdown#Odisha#KanakNewspic.twitter.com/9rVlZCXVeN— Kanak News (@kanak_news) May 30, 2021
ତେବେ ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ଲକଡାଉନ୍ ଲାଗିବା ଫଳରେ ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଏହାର ଅବଧି ବୃଦ୍ଧି କରିଛନ୍ତି । ସଂକ୍ରମଣ କମିଲେ କଟକଣା ମଧ୍ୟ କୋହଳ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/13-19.jpg)