ମହାରାଷ୍ଟ୍ରରେ ବଢ଼ିଲା ଲକଡାଉନ ଅବଧି । ମେ ୧୫ ପର୍ଯ୍ୟନ୍ତ ଲାଗୁ ହେବ କଟକଣା । ସେପଟେ ଗୋଆରେ ବି ଲାଗୁ ହେଲା ୪ଦିନିଆ ଲକଡାଉନ ।

124

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆଉ ୧୫ ଦିନ ବଢ଼ିଲା ଲକଡାଉନ ଅବଧି । ଅର୍ଥାତ ମେ ୧୫ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଜାରି ରହିବ ଲକଡାଉନ କଟକଣା । କ୍ୟାବିନେଟ୍ ମିଟିଂ ପରେ ଏହି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଏହି ସମୟରେ ପୂର୍ବଭଳି କେବଳ କେତେକ ଜରୁରୀକାଳୀନ ସେବାକୁ ଲକଡାଉନ କଟକଣାରୁ ବାଦ ଦିଆଯାଇଛି । ପୂର୍ବ ଭଳି ଅନ୍ୟ ସମସ୍ତ କଟକଣା ବଳବତର ରହିବ । ଗଣମାଧ୍ୟମକୁ ସମ୍ବୋଧନ କରି ରାଜେଶ ଟୋପେ କହିଛନ୍ତି ମହାରାଷ୍ଟ୍ରରେ ସଂକ୍ରମଣ ୬୦ ହଜାର ଉପରେ ରହିଛି,ଯାହାକି ସ୍ଥିର ବୋଲି କୁହାଯାଉଛି । ହେଲେ, ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ଲକଡାଉନ ବଢ଼ାଇବାକୁ ନିଷ୍ପତି ନିଆଯାଇଛି । ଅନ୍ୟପଟେ ଗୋଆରେ ମଧ୍ୟ ୪ଦିନିଆ ଲକଡାଉନ ଲାଗୁ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।