କନକ ବ୍ୟୁରୋ: କରୋନାର ବଢୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ମେ ୩ ଯାଏଁ ଲକଡାଉନ୍ ଅବଧି ରହିଥିଲା । ଏବେ ଏହାକୁ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି । ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ ।
ଦିଲ୍ଲୀରେ ଗୋଟିଏ ସପ୍ତାହ ପାଇଁ ବଢିଲା ଲକଡାଉନ୍ । ଲକଡାଉନ୍ ବଢିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । #Delhi#Lockdownpic.twitter.com/JqPiQjWVXS
— Kanak News (@kanak_news) May 1, 2021
କରୋନା ସଂକ୍ରମଣକୁ ଦେଖି ଏପ୍ରିଲ ୧୯ ତାରିଖରେ ପ୍ରଥମେ ଦିଲ୍ଲୀରେ ଲକଡାଉନ୍ ଲାଗୁ କରାଯାଇଥିଲା । ଏହାପରେ ଏପ୍ରିଲ ୨୫ରେ ଏହାକୁ ପ୍ରଥମ ଥର ପାଇଁ ବୃଦ୍ଧି କରାଯାଇଥିଲା । ଆଉ ଏବେ ପୁଣିଥରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ସଂକ୍ରମଣର ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ଦିଲ୍ଲୀରୁ ୨୪ ହଜାରରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି । ସେହିପରି ୩ ଶହରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଯାହାକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/delhi-lockdown-1.jpg)