ଲକଡ଼ାଉନ୍ ସମୟରେ ଆର୍ଥିକ କ୍ଷତି ସହିଥିବା ଦିଲ୍ଲୀ ବ୍ୟବସାୟୀଙ୍କ ସହ ଡ଼ିଜିଟାଲ୍ ସମ୍ବାଦ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ , ବ୍ୟବସାୟୀଙ୍କ ପାଇଁ ନୂଆ ଯୋଜନା ଆଣିବେ କି କେଜରିୱାଲ୍ ?

215

କରୋନା ମହାମାରୀ ସମୟରେ ବ୍ୟବସାୟ ଉପରେ ଆସୁଥିବା ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍ ଡ଼ିଜିଟାଲ୍ ସମ୍ବାଦ କରିବେ । ଅଗଷ୍ଟ ୨୩ ତାରିଖ ଅପରାହ୍ନ ୪ ଟାରେ ଆୟୋଜିତ ଡ଼ିଜିଟାଲ୍ ସମ୍ବାଦରେ ଦିଲ୍ଲୀ ବ୍ୟବସାୟୀଙ୍କୁ ପରାମର୍ଶ ଦେବାପାଇଁ ନିମନ୍ତ୍ରଣ ଦିଆଯାଇଛି । ଦିଲ୍ଲୀ ସରକାର ଦ୍ୱାରା ଏହି ସମ୍ବାଦ ପାଇଁ ରେଜିଷ୍ଟ୍ରେସନ୍ ଜାରି କରାଯାଇଛି । ବ୍ୟବସାୟୀଙ୍କୁ ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ । ଡ଼ିଜିଟାଲ୍ ସମ୍ବାଦରେ ଭାଗ ନେବା ପାଇଁ ବ୍ୟବସାୟୀଙ୍କୁ ଅଗଷ୍ଟ ୨୨ ତାରିଖରୁ ରେଜିଷ୍ଟ୍ରସନ୍ କରିବାକୁ ପଡ଼ିବ ।

କରୋନା ଲକଡ଼ାଉନ୍ ସମୟରେ ଯେଉଁ ବ୍ୟବସାୟୀଙ୍କ କାରଖାନା ଏବଂ ବ୍ୟବସାୟରେ କ୍ଷତି ହୋଇଛି ସେମାନଙ୍କ ସହ ନିକଟରେ କେଜରିୱାଲ୍ କଥାବାର୍ତ୍ତା କରିଥିଲେ । ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରରେ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବାକୁ ଦିଲ୍ଲୀ ସରକାର ସବୁ ସଂଗଠନ ସହ ଚର୍ଚ୍ଚା କରିବେ । ଆପଣଙ୍କୁ କହିରଖୁଛୁ ଦିଲ୍ଲୀରେ ବ୍ୟବସାୟୀଙ୍କ ସଂଖ୍ୟା ୧.୫ ମିଲିୟନରୁ ଅଧିକ ଥିବାବେଳେ ଟ୍ୟାକ୍ସ ବଢାଇବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଲକଡ଼ାଉନ୍ ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଏକପ୍ରକାର ଭାଙ୍ଗିଦେଇଛି । ଆଉ ଏଭଳି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଡ଼ିଜିଟାଲ୍ ସମ୍ବାଦ ବ୍ୟବସାୟୀଙ୍କ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି ।