କନକ ବ୍ୟୁରୋ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ ଏକ ଆଦେଶ ଜାରି କରିଛନ୍ତି । ଆଦେଶ ମୁତାବକ ମେ ୧୬ ତାରିଖରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଜାରି ରହିବ । ଏହି ସମୟରେ କେବଳ ଅତ୍ୟାବଶକୀୟ ସେବା ଚାଲୁ ରହିବ । ଲକଡାଉନ ସମୟରେ ଘରୋଇ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଟାନ ବନ୍ଦ ରହିବ । ଅନ୍ୟପଟେ ପରିବା ଓ ଫଳ ବଜାର ସକାଳ ୭ ରୁ ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି ।
ଏହି ଲକଡାଉନ ସମୟରେ ଘରୋଇ କାର୍ଯ୍ୟାଳୟ (ଜରୁରୀ ସେବା ବ୍ୟତୀତ) ବନ୍ଦ ରହିବା ସହ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ଗତିବିଧି ଉପରେ ରୋକ୍ । ଜରୁରୀ ସେବା ବ୍ୟତୀତ ବାକି ସବୁ ଶିଳ୍ପ, ଫ୍ୟାକ୍ଟ୍ରି ବନ୍ଦ ରହିବ । ଜରୁରୀ ସେବାରେ ନିୟୋଜିତ ଯାନ ବାହନକୁ ଛାଡି ଅନ୍ୟ ସମସ୍ତ ଯାନ ବାହନ ଚଳାଚଳା ବନ୍ଦ । ଲୋକଲ ଟ୍ରେନ. ମେଟ୍ରୋ ସେବା, ବସ୍ ସେବା ଓ ରେଳ ସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ଫଳ, ପନିପରିବା, ଦୁଗ୍ଧ ଦୋକାନ ସକାଳ ୭ ରୁ ଦିନ ୧୦ ଟା ଯାଏଁ ଖୋଲା ରହିବ । ମିଠା ଦୋକାନ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖୋଲା ରହିବ । ବ୍ୟାଙ୍କଗୁଡିକ ସକାଳ ୧୦ ରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ । ବାହାଘରରେ ୫୦ ଓ ଅନ୍ତିମ ସଂସ୍କାର ବେଳେ ୨୦ ଜଣ ଲୋକଙ୍କୁ ଅନୁମତି ମିଳିବ ।
Academic, cultural, administrative, political & religious gathering remain prohibited. No more than 50 people allowed in wedding functions. Movement of private vehicles, taxi, auto to be suspended from tomorrow till May 30. Schools to remain closed: West Bengal Chief Secretary pic.twitter.com/sICIUWGJ03
— ANI (@ANI) May 15, 2021
କହିରଖୁ କି ପଶ୍ଚିମବଙ୍ଗରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ ଶୁକ୍ରବାର ଦିନ ରାଜ୍ୟରେ ୨୦,୮୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମଣ ହାର ୩୦ ପ୍ରତିଶତ ଛୁଇଁଛି । ଏହାସହ ଏବେ ରାଜ୍ୟରେ ୧,୩୧,୭୯୨ ଆକ୍ଟିଭ୍ କେସ ରହିଛି ।