କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ କୋହଳ ହେଲା କରୋନା କଟକଣା । ସକାଳ ୫ଟାରୁ ରାତି ୮ଟା ଯାଏଁ କଟକଣା କୋହଳ କରାଯାଇଛି । ହେଲେ ଏହି କୋହଳ କଂଟେନମେଂଟ ଜୋନରେ ଲାଗୁ ହେବ ନାହିଁ । ଜିଲ୍ଲାରେ ପଂଚସୂତ୍ରୀ ଯୋଜନା ଆହୁରି କଡାକଡି ପାଳନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହାଛଡା ଆସନ୍ତା ସେପ୍ଟେମ୍ବର ମାସରେ ସମସ୍ତ କାର୍ଯ୍ୟାଳୟ ଜନସାଧାରଣଙ୍କ ନିମନ୍ତେ ଖୋଲାଯିବାର ଯୋଜନା ଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଗତକାଲି ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
କରୋନା ସଂକ୍ରମଣ ରହିଥିବାରୁ ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜେସନ କରି ଜୀବନ ଜୀବିକା ଚଲାଇବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଗଂଜାମ ଜିଲ୍ଲାପାଳ । କଂଟେନମେଂଟ ଜୋନ ଘୋଷିତ ଅଂଚଳରେ ଆରଆରଟି ଟେଷ୍ଟ ଓ କରୋନା ସଂକ୍ରମିତ ଲକ୍ଷଣ ଯାଂଚ ଚାଲୁ ରହିବ । ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଚାଲୁ ରହିବ । ଆକ୍ଟିଭ କେସ ଥିବା ଅଂଚଳରେ ସଂକ୍ରମଣ ଶୂନ୍ୟ କରିବା ପ୍ରକ୍ରିୟା ଜାରି ରହିବ । ଯେଉଁ ଗାଁରେ ପଜିଟିଭ ସଂଖ୍ୟା ଶୂନ ରହିଛି, ସେହି ଗ୍ରାମକୁ ଗ୍ରୀନ ଜୋନ ଘୋଷଣା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/khabar-odisha-Lock-down-restrictio-1-3F3CEAC2-979C-45DA-8C71-A0B2AE720213.jpeg)