ବ୍ରିଟେନର ଡର ବଢାଇଲା କରୋନା ନ୍ୟୁ ଷ୍ଟ୍ରେନ୍ । ଫେବ୍ରୁଆରୀ ୧୫ ଯାଏଁ ସାରା ବ୍ରିଟେନ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

Advertisment
ବ୍ରିଟେନର ଡର ବଢାଇଲା କରୋନା ନ୍ୟୁ ଷ୍ଟ୍ରେନ୍ । ଫେବ୍ରୁଆରୀ ୧୫ ଯାଏଁ ସାରା ବ୍ରିଟେନ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

କନକ ବ୍ୟୁରୋ : ବ୍ରିଟେନରେ ଭୟଙ୍କର ହେଉଛି କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିଟେନର ଚିନ୍ତା ବଢି ଯାଇଛି । ସ୍ଥିତିକୁ ଦେଖି ଫେବ୍ରୁଆରୀ ୧୫ ଯାଏଁ ବ୍ରିଟେନରେ ଲକଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ସେପଟେ ଜର୍ମାନରେ ବି ଲାଗୁ ହୋଇଛି ଲକଡାଉନ୍ । ଆମେରିକାରେ ବି ସ୍ଥିତି ଜଟିଳ । ଏପଟେ ଭାରତରେ କରୋନାର ନୂଆଷ୍ଟ୍ରେନକୁ ନଜରରେ ରଖି ଚଳିତ ସାଧାରଣତନ୍ତ୍ର ଦିବସ ବିନା କୌଣସି ବିଦେଶୀ ଅତିଥୀରେ ସଂପନ୍ନ ହେବାକୁ ଯାଉଛି ।

ବ୍ରିଟେନରେ ବଢୁଥିବା କରୋନା ସ୍ଥିତିକୁ ନେଇ କଠୋର ନୀତି ଆପଣାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ସାରା ଦେଶରେ ପୁଣି ଥରେ ଲାଗୁ ହୋଇଛି ଲକଡାଉନ୍ । ବର୍ତମାନ ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ମୁକାବିଲା କରିବାକୁ ଆସନ୍ତା ଫେବ୍ରୁଆରୀ ମଧ୍ୟଭାଗ ଯାଏଁ ସାରା ବ୍ରିଟେନରେ ଲକାଡାଉନ୍ ଜାରି ହୋଇଛି ।

ବୋରିସ୍ ଜନସନଙ୍କ ପୁଣି ଥରେ ଲକଡାଉନ୍ ଘୋଷଣା ପରେ ଇଂଲଣ୍ଡର ପ୍ରାୟ ୫୬ ଲକ୍ଷ ଲୋକଙ୍କୁ ପ୍୍ରଭାବିତ କରିବ । ବର୍ତମାନ ବିଶ୍ୱର ଅନ୍ୟ ଦେଶ କରୋନା କବଳରୁ ମୁକ୍ତ ହେଉଥିବା ବେଳେ ବ୍ରିଟେନର ତୃତୀୟ ଥର ପାଇଁ ଲାଗୁ ହୋଇଛି ଲକଡାଉନ୍ ।

ମାର୍ଚ୍ଚ ୨୦୨୦ରେ ସମାନ ଧରଣର ଲକଡାଉନ୍ ଜାରି ହୋଇଥିଲା ବ୍ରିଟେନରେ । ଏବେ ନୂଆ ବର୍ଷରେ ଆତଙ୍କ ବନିଲାଣି କରୋନାର ନୂଆ ଷ୍ଟ୍ରେନ ।
ଗୋଟିଏ ଦିନରେ ୬୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ
ସପ୍ତାହେ ହେଲାଣି ପ୍ରତିଦିନ ଆକ୍ରାନ୍ତ ହେଉଛନ୍ତି ୫୦ ହଜାରରୁ ଅଧିକ
ବ୍ରିଟେନରେ ଏବେ ଲେବଲ- ୫ ର ଆଲର୍ଟ ଜାରି
ସ୍କୁଲ , କଲେଜ, ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ
ପଡୋଶୀ ଦେଶଙ୍କୁ ବିମାନଉଡାଣ ବନ୍ଦ

ବର୍ତମାନ ବ୍ରିଟେନରେ କରୋନା ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁରା ଭୂଷୁଡି ପଡିବ । କାରଣ ୭ ଦିନ ଭିତରେ ଇଂଲଣ୍ଡର ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବଢିଯାଇଛି । ଏହା ଭିତରେ କରୋନା ମୃତ୍ୟୁ ସଂଖ୍ୟା ବଢିଛି ୨୦ ପ୍ରତିଶତ ।

କରୋନାର ମୁକାବିଲା ପାଇଁ ବ୍ରିଟେନ ସରକାର ଜାରି ରଖିଛନ୍ତି ଟିକାକରଣ । ଫାଇଜର ପରେ ଅକ୍ସଫୋର୍ଡ ଟିକା ମଧ୍ୟ ଦିଆଯାଉଛି । ଫେବ୍ରୁଆରୀ ଶେଷ ସୁଦ୍ଧା ୧ କୋଟି ୩୦ ଲକ୍ଷ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କହିବାକୁ ଗଲେ ବ୍ରିଟେନରେ ଭାଇରସ ଓ ଭ୍ୟାକ୍ସିନ ଭିତରେ ଏକପ୍ରକାର ରେସ ଚାଲିଛି ।

ବିଶ୍ୱରେ ଆମେରିକାରେ ଏବେ କରୋନା ସ୍ଥିତି ସବୁଠାରୁ ଜଟିଳ
ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ କୋଟି ୮୪ ଲକ୍ଷ ୬ ହଜାର ୩୭୩
କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୪ ହଜାର ୮୧୦
ଗତ ୨୪ ଘଂଟାରେ ୩ ହଜାର ୯୩୬ ମୃତ
ଆମେରିକାର ନିଦ ହଜେଇଲାଣି କରୋନାର ନୂଆ ଷ୍ଟ୍ରେନ

ବ୍ରିଟେନ ପରି ଜର୍ମାନରେ ବି ଲକଡାଉନ
ଆଞ୍ଜେଲା ମର୍କେଲଙ୍କ କଠୋର କଟକଣା ଘୋଷଣା
ଜାନୁଆରୀ ୩୧ ପର୍ଯ୍ୟନ୍ତ ଲାଗୁ ହେବ ଲକଡାଉନ୍
ଜରୁରୀ ନଥିଲେ ଘରୁ ନବାହାରିବାକୁ ପରାମର୍ଶ
ଜଣେ ବ୍ୟକ୍ତି ସର୍ବାଧିକ ୧୫ କିଲୋମିଟର ଯାତ୍ରା କରିପାରିବେ
ଜଣେ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ କେବଳ ଜଣେ ବ୍ୟକ୍ତିଙ୍କୁ ଭେଟି ପାରିବେ

ଭାରତ ଉପରେ ବି ଦେଖିବାକୁ ମିଳିଛି କରୋନାର ନୂଆଷ୍ଟ୍ରେନର ପ୍ରଭାବ । ଏଥର ବିନା କୌଣସି ଅନ୍ତର୍ଜାତୀୟ ଅତିଥୀରେ ଆୟୋଜନ ହେବ ସାଧାରଣତନ୍ତ୍ର ଦିବସ । କରୋନା କାରଣରୁ ୬୬ ବର୍ଷ ପରେ ଭାରତ ବିନା କୌଣସି ଅନ୍ତର୍ଜାତୀୟ ଅତିଥୀଙ୍କ ବିନା ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe