ଆଜିଠୁ ଆରମ୍ଭ ହେବ ତାଲା ଖୋଲା ପ୍ରକ୍ରିୟା: ଗଡ଼ିବ ୨୦୦ ପାସେଞ୍ଜର ଟ୍ରେନ; ରାତି ୯ଟାରୁ ସକାଳ ୫ ଟା ଯାଏଁ କର୍ଫ୍ୟୁ

ଜୁନ ୮ଟାରୁ ଖୋଲିବ ଧାର୍ମିକ ସ୍ଥଳ : ଏପଟେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନଖୋଲିବାକୁ ପ୍ରସ୍ତାବ

545

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ଅନ୍ ଲକ୍- ୧.୦ ପ୍ରକ୍ରିୟା । ଅର୍ଥାତ୍ ଧିରେ ଧିରେ ଲକ ଡାଉନ ଖୋଲିବାର ପ୍ରକ୍ରିିୟା ଆରମ୍ଭ ହେବ । ଅନ ଲକ୍- ୧.୦ର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ୨ଶହଟି ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ଏଥିସହ ରାତ୍ରୀ କାଳୀନ କର୍ଫ୍ୟୁର ସମୟ ପରିବର୍ତନ କରାଯାଇଛି ଏବଂ ଜୁନ ୮ ତାରିଖରୁ ଧାର୍ମିକ ସ୍ଥଳୀ, ସପିଂ ମଲ ଆଦି ଖୋଲିବାକୁ ଯାଉଛି ।

ଆଜିଠାରୁ ୨୦୦ ପାସେଞ୍ଜର ଟ୍ରେନ ଚଲାଇବ ଭାରତୀୟ ରେଳ ବିଭାଗ । ବଡ କଥା ହେଲା ପ୍ରଥମ ଦିନରେ ଟ୍ରେନରେ ୧ଲକ୍ଷ ୪୫ ହଜାର ଯାତ୍ରୀ ଯାତ୍ରା କରିବେ । ଖାଲି ସେତିକି ନୁହେଁ ଜୁନ ୧ତାରିଖରୁ ଜୁନ ୩୦ ତାରିଖ ମଧ୍ୟରେ ୨୬ଲକ୍ଷ ପାସେଞ୍ଜର ରିଜରଭେସନ ପାଇଁ ଆଗୁଆ ବୁକିଂ କରିଥିବା ସୂଚନା ମିଳିଛି । ମେ ୧୨ ତାରିଖରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଏବଂ ୩୦ଟି ସ୍ପେଶାଲ ଏସି ଟ୍ରେନ ବାଦ ଏହି ୨୦୦ଟି ସ୍ୱତନ୍ତ୍ର ଟ୍ରେନ ଗଡିବାକୁ ଯାଉଛି ।

ତେଣୁ ପୂର୍ବରୁ ମିଳୁଥିବା ରେଳ ସେବାରେ ଆଜି ଗଡ଼ିବାକୁ ଥିବା ଟ୍ରେନ ସାମିଲ ହେବାକୁ ଯାଉଛି । ଏହା ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । କାରଣ ତାଲା ବନ୍ଦ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅଟକି ରହିଛନ୍ତି । ଆଉ ସେମାନେ ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏବଂ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଫେରିବା ପାଇଁ ଅପେକ୍ଷା କରି ବସିଛନ୍ତି ।