ପୁଣି ବଢିବ ଲକଡାଉନ । ନୂଆ ରୂପରେ ଲାଗୁହେବ ଲକଡାଉନ ୪. ୦ । ମେ ୧୭ ପରେ ଭାରତରେ ଜାରି ରହିବ ତାଲାବନ୍ଦ । ୧୮ ପୂର୍ବରୁ ଦେଶବାସୀଙ୍କୁ ଜଣାଇ ଦିଆଯିବ ଗାଇଡଲାଇନ

2,312

କନକ ବ୍ୟୁରୋ: ଲକଡାଉନ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଦେଶରେ ପୁଣି ଲାଗୁ ହେବ ଲକଡାଉନ । ୧୭ ମେ ପରେ ଭାରତରେ ତାଲାବନ୍ଦ ଜାରି ରହିବ । ତେବେ ତୃତୀୟ ତାଲାବନ୍ଦ ସରିବା ପରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁହେବ । ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତେବେ ଲକଡାଉନ ୪.୦ ନୂଆ ରୂପରେ ଆସିବ । ନୂଆ ନିୟମ ନେଇ ଲକଡାଉନ ୪କୁ ଦେଶରେ ପାଳନ କରାଯିବ । ବିଭିନ୍ନ ରାଜ୍ୟ ସହ କଥା ହେବା ପରେ ଲକଡାଉନର ନୂଆ ନିଷ୍ପତ୍ତି ନିଆଯାଇଛି ବୋଲି ମୋଦି କହିଛନ୍ତି । ତେବେ ଲକଡାଉନ ୪.୦ ବାବଦରେ ମେ ୧୮ ପୂର୍ବରୁ ଭାରତବାସୀଙ୍କୁ ଏ ବାବଦରେ ଜଣାଇ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ମହାମାରୀରୁ ବର୍ତ୍ତିବାକୁ ମେଗା ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରି ଏହି ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଆତ୍ମନିର୍ଭର ଭାରତର ବିକାଶ ପାଇଁ କାମ କରିବ । ୨୦୨୦ ଆର୍ଥିକ ବର୍ଷ ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ବିକାଶମୂଳକ କାମରେ ଲାଗିବ ।

ତେବେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି । ବିଶେଷ କରି ସଙ୍କଟ ସମୟରେ ଆଞ୍ଚଳିକ ବଜାର ହିଁ ଦେଶକୁ ବଞ୍ଚାଇଛି । ତେଣୁ ସେମାନଙ୍କୁ ଏହି ପ୍ୟାକେଜରେ ଫାଇଦା ମିଳିବ । ଶ୍ରମିକ, ମଧ୍ୟବିତ୍ତ, କୁଟୀର ଶିଳ୍ପ, ପଶୁପାଳକ, ମତ୍ସ୍ୟଜୀବୀ ଠାରୁ ଆରମ୍ଭ କରି ସଙ୍କଟ ସମୟରେ ଯେଉଁମାନେ ଦେଶକୁ ରକ୍ଷା କରିଛନ୍ତି । ଶ୍ରମ ଦେଇଛନ୍ତି ସେମାନେ ଏହି ପ୍ୟାକେଜରେ ଲାଭ ପାଇବେ ବୋଲି ମୋଦି କହିଛନ୍ତି ।