ଲକଡାଉନ କଟକଣା କଡାକଡି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗାଡି ଆଣି ବଜାରକୁ ଆସିଥିବା ଲୋକଙ୍କୁ ସାବାଡ୍ କରୁଛି ପୋଲିସ୍‌, ଶହ ଶହ ଗାଡି ଜବତ, ସାମାଜିକ ଦୂରତାବ ବଜାର ରଖି ପାଖ ବଜାରକୁ ଚାଲି ଚାଲି ଯିବାକୁ ଅନୁରୋଧ ।

650

କନକ ବ୍ୟୁରୋ: ଲକଡାଉନକୁ ଅଧିକ କଠୋର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ସାରା ଓଡ଼ିଶାରେ ଏହାକୁ କଡ଼ାକଡ଼ି ପାଳନ କରାଯାଉଛି । ସାମାଜିକ ଦୂରତା ବଜାୟ ରଖିବା ସହ କରୋନା ଭୂତାଣୁ ସଂକ୍ରମଣରୁ କିଭଳି ଦୂରେଇ ରହିବା ସେନେଇ କଡ଼ା ଅଭିମୁଖ୍ୟ ଗ୍ରହଣ କରୁଛନ୍ତି ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ । ଏହି ମର୍ମରେ ବାଲେଶ୍ୱର ପୁଲିସ ଓ ପ୍ରଶାସନ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି । ଯେଉଁ ବାଇକ ଚାଳକମାନେ ବଜାରକୁ ରାସନ ସାମଗ୍ରୀ ବା ପରିବା କିଣିବାକୁ ଆସିଥିଲେ ସେମାନଙ୍କୁ ବାଇକ୍ ସିଜ୍ କରିଛି ପୋଲିସ୍ । ଏହା ସହ ୫ ହଜାର ଟଙ୍କାର ଜରିମାନା ଆଦାୟ କରୁଛନ୍ତି । ଏପରିକି ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଛି । ଯଦି ସେଚତନ ନୁହୁଅନ୍ତି କାଲିଠୁ ଆହୁରି କଡାକଡି କରାଯିବ ବୋଲି କୁହାଯାଇଛି ।

ସେହି ମାଲକାନଗିରିରେ ଲକଡାଉନ କଟକଣା କଡାକଡି କରାଯାଇଛି । ବିନା କାମରେ ରାଜରାସ୍ତାରେ ବୁଲୁଥିବା ଲୋକଙ୍କ ଗାଡି ଉଠାଇନେଉଛି ପୁଲିସ । ମାଲାକାନଗିରି ମେଡିକାଲ ଛକରେ ଶତାଧିକ ଗାଡି ଜବତ କରାଯାଇଛି । ପୂର୍ବରୁ ମଧ୍ୟ ୨୦୦ରୁ ଅଧିକ ଗାଡି ଜବତ କରାଯାଇଛି । କରୋନା ନେଇ ବାରମ୍ବାର ସଚେତନ କଲେ ମଧ୍ୟ ଲୋକ ଶୁଣୁନଥିବାରୁ ଦୃଢ କାର୍ଯ୍ୟାନୁଷ୍‌ଠାନ ଗ୍ରହଣ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ ଢ଼େଙ୍କାନାଳରେ ମଧ୍ୟ ଚେକିଂ କଡ଼ାକଡ଼ି, ପୋଲିସ ବିଭିନ୍ନ ଛକ ସ୍ଥାନରେ ଚେକ ପୋଷ୍ଟ କରି ଚେକିଂକୁ କଡ଼ାକଡ଼ି କରିଛି । ବଜାର ଭିତରକୁ ବାଇକରେ ଯାଉଥିବା ଲୋକଙ୍କୁ ବାରଣ କରାଯାଇଛି । ନିୟମ ଉଲଘଂନ କରୁଥିବା ଲୋକଙ୍କ ଗାଡି ଚକାରୁ ପମ୍ପ ଖୋଲି ଦେଇଛନ୍ତି ପୋଲିସ୍ । ଏପରିକି କିଛି ଅମାନିଆ ବ୍ୟକ୍ତିଙ୍କୁ ମାଡ଼ ମଧ୍ୟ ମାରିଛି ପୋଲିସ । ସବୁଠାରୁ ବଡ଼ କଥା ହେଲା, ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବା ସହ ନପିନ୍ଧିବା ଲୋକଙ୍କୁ ତାଗିଦ କରିଛି ପୋଲିସ୍ ।