କନକ ବ୍ୟୁରୋ: କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟର ୫ଟି ଜିଲ୍ଲା ଓ ୭ଟି ସହର ଲକ ଡାଉନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି । ଆସନ୍ତାକାଲି ତଥା ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଘରେ ରହିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କାହିଁକି ଏଭଳି ନିଷ୍ପତି ନିଆଯାଇଛି ତାର କାରଣ ଦର୍ଶାଇଛନ୍ତି ରାଜ୍ୟ ସରକାର ।
କରୋନା ଭୂତାଣୁ ବିଶ୍ୱରେ ବିରାଟ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଓଡ଼ିଶାରେ ଏହାର ସଂକ୍ରମଣକୁ ରୋକିବାକୁ ପ୍ରାରମ୍ଭିକ ଭାବେ ଆସନ୍ତାକାଲିରୁ ମାର୍ଚ୍ଚ ୨୯ ଯାଏ ୫ଟି ଜିଲ୍ଲା ଓ କିଛି ସହରରେ ଜରୁରୀକାଳୀନ ସେବାକୁ ଛାଡି ପ୍ରାୟ ସମ୍ପୂର୍ଣ ବନ୍ଦ ଘୋଷଣା ହେଉଛି। ଦୃଢତାର ସହ କରୋନା ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ। #COVID19 pic.twitter.com/y3m9MZaQM8
— Naveen Patnaik (@Naveen_Odisha) March 21, 2020
କରୋନା ଭାଇରସ ବାହାରୁ ଆସିଥିବାକୁ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇପାରିବ ବୋଲି ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣ ଘରେ ରହିଲେ ହିଁ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବ ତେଣୁ ଏହି ଭାଇରସକୁ ଆପଣଙ୍କ ଘରେ ପଶିବାକୁ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । କାହିଁକି ନା ଏହି ପଦକ୍ଷେପକୁ ପାଳନ କରି ଚୀନର ଉହାନ ସହର ଏବେ କରୋନା ଭାଇରସ ମାତ୍ ଦେଇପାରିଛି । ତେଣୁ ଆମେକୁ ମଧ୍ୟ ଏହାକୁ ଆପଣେଇବାର ସମୟ ଆସିଛି । ଘରେ ରହିବା । କେବଳ ଜରୁରୀ କାମ ପଡିଲେ ବାହାରକୁ ଯିବା ତେବେ ଯାଇ ଆମେ ମଧ୍ୟ ଏ ଯୁଦ୍ଧ ଜିତିପାରିବା ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅନ୍ୟପଟେ, ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩ ହଜାରରୁ ଅଧିକ ଲୋକ ଓଡିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି, ଖୋର୍ଧା, ଅନୁଗୁଳ, ଗଂଜାମ, କଟକ , କେନ୍ଦ୍ରାପଡା ଏବଂ ଅନୁଗୁଳ ଜିଲ୍ଲାର । ତେଣୁ ପ୍ରଥମ ପର୍ଯ୍ୟାୟର ଏହି ୫ଟି ଜିଲ୍ଲାର ସମସ୍ତ ସହର ଏବଂ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର,ରାଉରକେଲା, ପୁରୀ , ଭଦ୍ରକ, ଯାଜପୁରରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳରୁ ୨୯ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
ତେବେ ଏହି ଲକ୍ ଡାଉନ ସମୟରେ ବସ, ଟ୍ରେନ, ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ , ଔଷଧ ଦୋକାନ ମାଛ ମାଂସ, ଅଣ୍ଡା, ଚିକେନ, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ମାର୍କେଟ ଖୋଲା ରହିବ । ତେଣୁ କେବଳ ଘରେ ରହିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।