ଚାଲିଛି ଲକଡାଉନ୍, ହେଲେ ବଢ଼ୁଛି ସଂକ୍ରମଣ । ବିଶେଷଜ୍ଞ କହିଲେ, ପ୍ରବାସୀଙ୍କ ଯୋଗୁଁ ଓଡ଼ିଶାରେ ବଢ଼ିଲେ ଆକ୍ରାନ୍ତ, କଟକଣା ନଥିଲେ ସ୍ଥିତି ହୋଇଥାନ୍ତା ବିସ୍ଫୋରକ ।

923

କନକ ବ୍ୟୁରୋ: ବଢୁଥିବା ସଂକ୍ରମଣକୁ ଦେଖି ଚାରି ଚାରିଟି ପର୍ଯ୍ୟାୟରେ ତାଲାବନ୍ଦ ହେଲା । ସବୁଠି କର୍ଫ୍ୟୁ ଭଳି ସ୍ଥିତି । ଦୋକାନ ବଜାର , ଅଫିସ, କମ୍ପାନୀ ସବୁଠି ତାଲା ଝୁଲିଲା । ଲୋକେ ଘରେ ବନ୍ଦ ରହିଲେ । ତଥାପି ୬୮ ଦିନର ଲକଡାଉନ ପରେ ବି ନିୟନ୍ତ୍ରଣକୁ ଆସିଲାନି ଭୂତାଣୁ । ବରଂ ସଂକ୍ରମଣ ବଢି ବଢି ଚାଲିଛି ।

ତାଲାବନ୍ଦ ପରେ ବି ବଢୁଛି ସଂକ୍ରମଣ
ଲାଭ ଦେଲା କି ଲକଡାଉନ୍?
ମାର୍ଚ୍ଚ ୧୫ ତାରିଖ
ଓଡି଼ଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ
ମାର୍ଚ୍ଚ ୨୪ ତାରିଖ
ଦେଶରେ ପ୍ରଥମ ପର୍ଯ୍ୟାୟ ଲକଡାଉନ୍
ଜୁନ୍ ୬ ତାରିଖ
ଓଡି଼ଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୭୮

ଲକଡାଉନ୍ ଭିତରେ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ ମାତ୍ର ୪ ଜଣ ପଜିଟିଭ୍ ଥିଲେ । ଏପ୍ରିଲ ୩୦ ତାରିଖ ବେଳକୁ ଏହି ସଂଖ୍ୟା ପହଁଚିଲା ୧୪୩ରେ । ଆଉ ମେ ୩୧ ବେଳକୁ ସଂଖ୍ୟା ହୋଇଗଲା ୨୧୦୪ । ଲକଡାଉନ୍ ଥିଲା , ସଟଡାଉନ୍ ବି ଜାରି ରହିଥିଲା । ତଥାପି କରୋନା ସଂକ୍ରମଣର ଚେନ୍ କିନ୍ତୁ ଭାଂଗିନଥିଲା । ଏହାରି ଭିତରେ କୁହାଯାଉଛି ଜୁନ୍ ମାସ ଅତି ଗୁରୁତ୍ୱପୂର୍ଣ୍ଣ । ..

କରୋନା ପାଇଁ ଲକଡାଉନ୍
ବାହାର ଦେଶରେ ସଫଳ
ଭାରତରେ ବିଫଳ!

ସ୍ପେନ୍, ଜର୍ମାନୀ, ଇଟାଲୀ, ବ୍ରିଟେନ୍ । ଏହି ଦେଶ ଗୁଡିକରେ ଯେତେବେଳେ କରୋନା ସଂକ୍ରମଣ ମାମଲା ବଢିଲା , ସରକାର ଲକଡାଉନ୍ ଜାରି କରିଥିଲେ । ଆଉ ଦେଶ ଅନଲକ୍ ହେବା ବେଳକୁ ସଂକ୍ରମଣ ମାମଲା ନିମ୍ନ ସ୍ତରରେ ଥିଲା । ଅର୍ଥାତ୍ ସଂକ୍ରମଣ କମିବା ଯୋଗୁଁ ସରକାର ତାଲାବନ୍ଦ ଖୋଲିଥିଲେ । ହେଲେ ଭାରତର ଏହି କରୋନା ଗ୍ରାଫ କହୁଛି, ଦେଶରେ ଲକଡାଉନ୍ର ଲାଭ କଣ ମିଳିଛି । ଲକଡାଉନ୍ ପରେ ସଂକ୍ରମଣ ବଢିଛି ଏବଂ ଅନଲକ୍ ବେଳକୁ ଏହା ଶୀର୍ଷ ସ୍ତରରେ ରହିଛି । ତେଣୁ ଭୂତାଣୁ ଭୟ ଆହୁରି ବଢିଯାଇଛି ।

ଲକଡାଉନ କଟକଣା କୋହଳ ହେବା ଭିତରେ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବା ଆରମ୍ଭ କରିଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ଭିତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ ୧୫ ଦିନ ଭିତରେ ଶ୍ରମିକଙ୍କୁ ଫେରାଇ ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାର କହିଛନ୍ତି । ଆଉ ସଂକ୍ରମଣ ଆହୁରି ବଢିବା ସମ୍ଭାବନା ରହିଛି ।