ଦେଶୀ ବନ୍ଧୁକ କାରଖାନା ଠାବ : ପରଜଙ୍ଗ ଥାନା ବାମ ଗାଁରେ ତିଆରି ହେଉଛି ବେଆଇନ ବନ୍ଧୁକ

 ରାଜ୍ୟ ଓ ରାଜ୍ୟ ବାହାରକୁ ହେଉଛି ଚାଲଣ; କାରଖାନା ମାଲିକ ମଙ୍ଗୁଳ ମହାରଣା ଗିରଫ, ବନ୍ଧୁକ ତିଆରୀ ସରଞ୍ଜାମ ଜବତ

105

କନକ ବ୍ୟୁରୋ : ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କଲେ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ । ଗତକାଲି ଏକ ବିଶେଷ ସୁତ୍ରରୁ ଖବର ପାଇ ବାମ ଗାଁ ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣାଙ୍କ ଘରେ ଚଢାଉ କରିଥିଲା ପୋଲିସ । ସେଠାରୁ ଅଧା ତିଆରି ହୋଇଥିବା ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରାଯାଇଛି । ଏହି କାରଖାନା ଚଳାଉଥିବା ମଙ୍ଗୁଲୁ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି କାରଖାନାରେ ବନ୍ଧୁକ ତିଆରି କରି ସେ ବାହାରେ ବିକ୍ରି କରୁଥିବା ଜଣାପଡ଼ିଛି ।

ସେହିପରି ପୂର୍ବରୁ ପ୍ରସନ୍ନ ନାମକ ବ୍ୟକ୍ତି ବେଆଇନ ଭାବରେ ବନ୍ଧୁକ ରଖିଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଗନ୍ଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକଙ୍କ ନେତୃତ୍ୱରେ ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝୀଙ୍କ ସହ ଏକ ଟିମ ୫ତାରିଖରେ ଅଭିଯୁକ୍ତ ପ୍ରସନ୍ନର ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ଉ ସମୟରେ ସେଠାରୁ ୩ଟି ଦେଶୀ ବନ୍ଧୁକ ସହିତ ୯ଟି ଖୋକା ଓ ୩୭ଟି ସୀସାରେ ତିଆରି ଗୁଳି ଜବତ କରିଥିଲେ ।

ତା ସହିତ ନିଜର ଗୁହାଳ ଘରେ ଆସାମୀ ଲୁଚି ରହିଥିବାର ଜାଣି ପୁଲିସ ସେଠାରୁ ତାଙ୍କୁ ଗିରଫ କରିଥିଲା । ଗନ୍ଦିଆ ଥାନା ପକ୍ଷରୁ ଆର୍ମ ଆକ୍ଟ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରସନ୍ନକୁ କୋର୍ଟ ଚାଲାଣ କରାଯାଇଛି । ଗଦିଆ ଅଂଚଳରେ ପଶୁ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ଅଭିଯୁକ୍ତ ଶିକାରୀମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଏଥିରୁ ଅନ୍ୟମାନେ ଉଚିତ୍‌ ଶିକ୍ଷା ପାଉନାହାନ୍ତି । ଅଂଚଳରେ କିଛି ଲୋକ ଦେଶୀ ବନ୍ଧୁକ କାରବାର କରୁଥିବା ଅଭିଯୋଗ ହେଉଛି ।