କନକ ବ୍ୟୁରୋ : ଥମିବାର ନାମ ନେଉନାହିଁ ଗୋଚାଲାଣ । ୩ଟି ଗୋରୁ ଗାଡ଼ିରୁ ୨ଟି ଗୋରୁ ଗାଡି ଜାଳି ଦେଲେ ସ୍ଥାନୀୟ ଲୋକେ । ୩ଟି ପିକଅପରେ ୧୦୦ରୁ ଅଧିକ ଗୋରୁ ଥିଲା ବୋଲି ଅନୁମାନ କରାଯାଉଛି । 

Advertisment

ପ୍ରତ୍ୟେକ ରାତିରେ ଗୋ ମାଫିଆମାନେ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି । ବାଲିଆପାଳ ରାସ୍ତା ତାରିଣୀ ଛକ ନିକଟରେ ଠାରେ ବିଳମ୍ବିତ ରାତିରେ ୩ଟି ପିକଅପରେ ଆନୁମାନିକ ୧୦୦ଟି ଗୋରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା । ସ୍ଥାନୀୟ ଲୋକେ ଗୋରୁ ଗାଡ଼ିଗୁଡିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।

ତେବେ ପୋଲିସ ଆସିବା ପୂର୍ବରୁ ଗାଡି ଭଙ୍ଗା ରୁଜା କରି ଗୋରୁ ଛାଡି ଦେଇଥିଲେ । ପରେ ଉତ୍ୟକ୍ତ ହୋଇ ୨ଟି ଗାଡ଼ିରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ତେବେ ବସ୍ତା, ସିଙ୍ଗଲା, ବାଲିଆପାଳ ଥାନା ଅଞ୍ଚଳରୁ ପୋଲିସର ପାଟ୍ରୋଲିଂ ହେଉଥିବା ବେଳେ କିପରି ଗୋରୁ ଗାଡି ଆସିଲା ପୋଲିସ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।