ସଡକ ଦୁର୍ଘଟଣା ରୋକିବାକୁ ପୂଜାପାଠ । ତପ୍ତପାଣିଘାଟିରେ ବସ୍ ଓଲଟିବା ପରେ ପୂଜାର୍ଚ୍ଚନା ଜରିଆରେ ପ୍ରଶାସନ ନିକଟରେ ଦାବି ଜଣାଇଲେ ଗାଁଲୋକେ

304

କନକ ବ୍ୟୁରୋ: ସଡକ ଦୁର୍ଘଟଣା ରୋକିବାକୁ ପୂଜାର୍ଚ୍ଚନା । ଗତକାଲି ଗଂଜାମ ତପ୍ତପାଣୀ ଘାଟିରେ ବସ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ସହ ୩୦ରୁ ଅଧିକ ଆହତ ହୋଇଥିଲେ । ଦୁର୍ଘଟଣାର ଗୋଟିଏ ଦିନ ପରେ ଆଜି ସରସ୍ୱତୀ ପୂଜାରେ ବ୍ରହ୍ମପୁର ହଳଦିଆପଦର ଗାଁଲୋକେ ଦୁର୍ଘଟଣା ଯେମିତି ନହେବ ସେଥିପାଇଁ ଜାତୀୟ ରାଜପଥରେ ପୂଜାର୍ଚ୍ଚନା କରିଛନ୍ତି ।

ବ୍ରହ୍ମପୁର ସହରରୁ ୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ହଳଦିଅପଦର ଓଭରବ୍ରିଜ ଛକ ନିକଟରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟିଥାଏ । ଏହି ଫ୍ଲାଏ ଓଭରଟି ୨୦୧୪ ମସିହାରୁ ନିର୍ମାଣ ହୋଇଥିବା ବେଳେ ସେବେଠୁ ସେହି ସ୍ଥାନରେ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଗଲାଣି । ଏପରିକି ଓଭରବ୍ରିଜରୁ ଜାତୀୟ ରାଜପଥର ବିପରୀତ ରାସ୍ତାକୁ ଯିବାକୁ ହେଲେ ୪ କିଲୋମିଟରରୁଅଧିକ ରାସ୍ତା ଅତିକ୍ରମ କରିବାକୁ ପଡିଛି ।

ଏନେଇ ଜିଲ୍ଳା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ଏଣୁ ଗାଁ ଲୋକେ ଏକତ୍ରିତ ହୋଇ ପ୍ରତିବାଦ କରିବା ସହ ପୂଜାର୍ଚ୍ଚନା କରି ମା ଦୁର୍ଗାଙ୍କ ଶରଣ ପସିଛନ୍ତି