ଇଏ କି ପ୍ରକାର ମାନସିକତା ? କରୋନା ଚିକିତ୍ସା ପାଇଁ ସ୍କ୍ରିନିଂ ଟେଷ୍ଟ କରିବାକୁ ଯାଇଥିବା ଡାକ୍ତରୀ ଦଳକୁ ଗୋଡାଇ ଗୋଡାଇ ପିଟିଲେ ଲୋକେ । ଦେଖନ୍ତୁ କେମିତି ଥିଲା ସେ ସମୟର ଘଟଣା ।

3,575

କନକ ବ୍ୟୁରୋ : ସାରା ବିଶ୍ୱ ଯେତେବେଳେ କରୋନା ଭାଇରସ ବିରୋଧରେ ଲଢେଇ କରୁଛି, ସେତେବେଳେ ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । କରୋନା ବିପକ୍ଷ ଲଢେଇରେ ଆଗଧାଡିର ଯୋଦ୍ଧା ଭାବେ ଆମ ପାଇଁ ଲଢୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଗୋଡାଇ ଗୋଡାଇ ବାଡେଇଛନ୍ତି ଲୋକେ ।

ଇଏ କି ପ୍ରକାର ମାନସିକତା ? ମଧ୍ୟପ୍ରଦେଶର ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସାରା ଦେଶ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଇନ୍ଦୋର ଅଞ୍ଚଳରେ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ଯାଇଥିଲେ ଏକ ଡାକ୍ତରୀ ଟିମ୍ । କିନ୍ତୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ବଦଳରେ ଓଲଟି ଡାକ୍ତରୀ ଟିମ୍ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ ।

ଏପରି ସ୍ଥିତି ସୃଷ୍ଟି ହୋଇଥିଲା ଯେ, ଭୟରେ ନିଜ ଜୀବନ ବଞ୍ଚାଇବାକୁ ସେଠାରୁ ଦୌଡିଥିଲେ ଡାକ୍ତରୀ ଟିମ୍ । ପରେ ସେଠାରେ ପୋଲିସ ପହଞ୍ଚି ଡାକ୍ତରମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ବର୍ତ୍ତମାନ ମଧ୍ୟପ୍ରଦେଶରେ କରୋନା କାୟା ବିସ୍ତାର କରୁଥିବା ବେଳେ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଏହାରି ଭିତରେ ଲୋକଙ୍କ ମାନସିକତାକୁ ନେଇ ଉଠିଛି ବଡ ପ୍ରଶ୍ନ ।