ଦୁର୍ଗମ ଅଂଚଳରେ ଜଳ ଯୋଗାଣ ପାଇଁ ବାଟ ବାହାର କଲେ ସ୍ଥାନୀୟ ଲୋକେ : କନ୍ଧମାଳ ରାଇକିଆ ଅଂଚଳରେ ବାଉଁଶରେ ପାହାଡ ଉପରୁ ଆଣୁଛନ୍ତି ପିଇବା ପାଣି

ବଡିମାହା ଲୋକ ସୃଷ୍ଟି କରିଛନ୍ତି ଉଦାହରଣ

526

କନକ ବ୍ୟୁରୋ: ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକଙ୍କୁ ପିଇବା ପାଣି ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ ହେଉଛି । କିନ୍ତୁ ଅଧିକାଂଶ ଅଂଚଳରେ ଯୋଜନାର ସୁଫଳ ଲୋକଙ୍କ ପାଖରେ ପଂହଚିପାରୁନାହିଁ । ଏହି ସମୟରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡିମାହା ଗାଁରେ ଲୋକେ ଉଦାହରଣ ସୃଷ୍ଟି କରିଛନ୍ତି । ଲୁହା କିମ୍ବା ପ୍ଲାଷ୍ଟିକ ନୁହେଁ ବାଉଁଶ ସହୟତାରେ ନିକଟସ୍ଥ ଝରଣାରୁ ଆଣିଛନ୍ତି ପିଇବା ପାଣି ।

ଏଥିରେ ସହାୟତା କରିଛନ୍ତି ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ । ବଡିମାହା ଗାଁ ଲୋକେ ଦୀର୍ଘଦିନ ଧରି ପାଣି ପାଇଁ ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କରିଥିଲେ । କିନ୍ତୁ କିଛି ଫଳ ମିଳିନଥିଲା । ପରେ ଦୁଇଟି ସ୍ୱେଚ୍ଛାସେବୀ ସଙ୍ଗଠନ ଗାଁରେ ପଂହଚିବା ପରେ ସେମାନେ ଏ ସମ୍ପର୍କରେ ଜଣାଇଥିଲେ । ପରେ ଗାଁ ନିକଟରେ ଥିବା ଏକ ଝରଣାରୁ ବାଉଁଶ ସହାୟତାରେ ଅଣାଯାଇଛି ପାଣି ।