କୋରାପୁଟ ବୋରିଗୁମ୍ମାରେ ଭାଲୁ ଆତଙ୍କ : ଲଦିଯୋଡି ଗାଁରେ ଘୁରିବୁଲୁଛନ୍ତି ୬ଟି ଭାଲୁ; ଆକ୍ରମଣରେ ଜଣେ ମହିଳା ଗୁରୁତର

Advertisment
କୋରାପୁଟ ବୋରିଗୁମ୍ମାରେ ଭାଲୁ ଆତଙ୍କ : ଲଦିଯୋଡି ଗାଁରେ ଘୁରିବୁଲୁଛନ୍ତି ୬ଟି ଭାଲୁ; ଆକ୍ରମଣରେ ଜଣେ ମହିଳା ଗୁରୁତର

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଭାଲୁ ଆତଙ୍କ । ସ୍ଥାନୀୟ ଲଦୀଯୋଡି ଗାଁରେ ଗତ କିଛି ଦିନ ହେବ ୬ଟି ଭାଲୁ ସଂଧ୍ୟାରେ ବୁଲୁଥିବା ଦେଖିବାକୁ ମିଳୁଛି । ଫଳରେ ଆତଙ୍କରେ ସଂଧ୍ୟା ହେଉ ହେଉ ଗାଁରେ ତାଟିକବାଟ ପଡିଯାଉଛି ଏବଂ ଦୋକାନବଜାର ବନ୍ଦ ହୋଇଯାଉଛି ।

ଜଣେ ମହିଳା ସଂଧ୍ୟାରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଯାଇଥିଲେ ଏବଂ ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତେବେ ଏହି ଭାଲୁକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ବନ ବିଭାଗ ଏଥି ପ୍ରତି ନଜର ଦେଉନଥିବା ଅଭିଯୋଗ ହେଉଛି । ଜଙ୍ଗଲ ଭିତରେ ଖାଦ୍ୟ ଅଭାବରୁ ଜନବସତି ଆଡେ ମାଡି ଆସିିଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe