କନକ ବ୍ୟୁରୋ : ଫାଇଭ ଟି ସଚିବଙ୍କ ସଭାରେ ଯୋଗଦେବାକୁ ଯାଜପୁରରେ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓଟି ଆମର ହସ୍ତଗତ ହୋଇଛି । କୁହାଯାଉଛି ଏହି ଭିଡିଓଟି ଅଗଷ୍ଟ ୩୧ ତାରିଖର । ଏହି ଦିନ ଯାଜପୁର ବିଞ୍ଝାରପୁର ଓ ଦଶରଥପୁର ଫାଇଭ ଟି ସଚିବଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା ।

Advertisment

ବିଞ୍ଝାରପୁର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସ୍ଥାନୀୟ ଲୋକଙ୍କୁ ଟଙ୍କାକୁ କେହି ଜଣେ ଟଙ୍କା ବାଣ୍ଟୁଥିବାର ଏହି ଭିଡିଓରୁ ଜଣାପଡୁଛି । ଭିଡିଓରେ ଟଙ୍କା ବାଣ୍ଟୁଥିବା ବ୍ୟକ୍ତି ଜଣଙ୍କ ବିଞ୍ଝାରପୁର ବ୍ଲକ ମାଂସଡା ପଞ୍ଚାୟତ ପିଇଓ ଗୋପାଳ ମହାନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଘଟଣା ଦିନ ପିଇଓ ଗୋପାଳ ମହାନ୍ତି ଫାଇଭ ଟି ସଚିବଙ୍କ ସଭା ପାଇଁ ଟଙ୍କା ବାଣ୍ଟୁଥିଲେ ନା ନାହିଁ ତାହା ସ୍ୱଷ୍ଟ ହୋଇନି । ଏହି ସମ୍ପର୍କରେ ଆମେ ତାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନି ।