କନକ ବ୍ୟୁରୋ: ବିଜୁଳି ପାଇଁ ରାସ୍ତାରୋକ । ଜଗତସିଂହପୁରରେ ରଘୁନାଥପୁର ବ୍ଲକ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ବାତ୍ୟାର ୧୨ ଦିନ ପରେ ବି ଏଯାଏଁ ବିଜୁଳି ଯୋଗାଣ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ କଟକ ପାରାଦୀପ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ପାଣି ପାଇଁ ବି ଲୋକେ ବହୁ ହଇରାଣ ହେଉଛନ୍ତି ।

Advertisment

publive-image

ଗତ ୩ ତାରିଖରେ ହୋଇଥିବା ବାତ୍ୟା ଫନିରେ ଜଗତସିଂହପୁରରେ ୬୦ ପ୍ରତିଶତ କ୍ଷତି ହୋଇଛି । ତେବେ ସାମୁଦ୍ରିକ ବାତ୍ୟା ପ୍ରଭାବ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସେବା ଓ ରିଲିଫ୍ ଦିଆ ନ ଯିବା ପ୍ରତିବାଦରେ ମଧ୍ୟ ଗତକାଲି ବିରିଡ଼ିରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

publive-image

ଏପରିକି ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଲୋକମାନଙ୍କ ନିକଟରେ ଏପର୍ଯ୍ୟନ୍ତ କୌଣସି ରିଲିଫ ପହଞ୍ଚି ପାରିନଥିବା ବେଳେ କଟିଥିବା ବିଜୁଳି ଯୋଗାଣକୁ ଏଯାବତ୍ ସଜଡ଼ା ଯାଇପାରି ନାହିଁ। ଏହାର ପ୍ରତିବାଦରେ ଗତକାଲି ବିରିଡ଼ି ବ୍ଲକର ବିଭିନ୍ନ ଛକରେ ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଥିଲେ। ଯାହା ଫଳରେ ଦୀର୍ଘ ୭ଘଣ୍ଟା ଧରି ଜଗତସିଂହପୁର-କଟକ ରାସ୍ତା ଅବରୋଧ କରିବାରୁ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍ ରହିଥିଲା।