କନକ ବ୍ୟୁରୋ : ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ଆକ୍ରମଣ । ବିଳମ୍ବିତ ରାତିରେ ନୀଳଗିରି ବୋରିସାହି ନିକଟରେ ଆକ୍ରମଣର ଶିକାର ହୋଇଛନ୍ତି ଯନ୍ତ୍ରୀ ପାର୍ଥସାରଥୀ ବାରିକ । ରାତିରେ ଭୋଜି ଖାଇ ଫେରୁଥିବାବେଳେ ଯନ୍ତ୍ରୀଙ୍କୁ ବୋରିସାହି ଗ୍ରାମର କିଛି ଲୋକ ସଂଘବଧ ହୋଇ ଆକ୍ରମଣ କରିଥିବା ସୂଚନା ରହିଛି । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯନ୍ତ୍ରୀ ଚିକିତ୍ସାଧୀନ ରହିଛନ୍ତି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ଏହି ସମୟରେ ବିଦ୍ୟୁତ କାଟ ହେବାରୁ ଅସନ୍ତୋଷ ପ୍ରକାଶ କରିଥଲେ ଗ୍ରାମବାସୀ । ଏମିତିକି ଉତ୍ୟକ୍ତ ଲୋକେ ଜେଇଙ୍କୁ ପଚାରିଥିଲେ କାହିଁକି ବାରମ୍ବାର ବିଦ୍ୟୁତ କାଟ୍ ହେଉଛି । ଜେଇଙ୍କ ଉତ୍ତରରେ ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ଆକ୍ରମଣ କରିଥିବା ଜଣାପଡିଛି ।
ବିଜୁଳି କାଟକୁ ନେଇ ତାତିଲେ ଲୋକେ : ବିଳମ୍ବିତ ରାତିରେ ଭୋଜି ଖାଇ ଫେରୁଥିବା ବେଳେ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ଆକ୍ରମଣ
/kanak/media/post_attachments/wp-content/uploads/2023/05/vlcsnap-2023-05-29-09h45m01s963.png)