ବିଜୁଳି କାଟ୍ ବେଳେ ତାତିଲେ ଗାଁ ଲୋକେ: ସମ୍ବଲପୁର,ବାଲେଶ୍ୱର ଏବଂ ମାଲକାନଗିରିରେ ବକେୟା ବିଲ୍ ଆଦାୟ ବେଳେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିଦ୍ୟୁତ୍ ବିଭାଗ ଅଧିକାରୀ

576

କନକ ବ୍ୟୁରୋ: ପଶ୍ଚିମ ଓଡିଶାରେ ବିଦ୍ୟୁତ କାଟ ଆରମ୍ଭ । ଆଜି ସମ୍ବଲପୁରରେ ୱେସ୍କୋ ପକ୍ଷରୁ ବିଜୁଳି କାଟ୍ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନରୁ ବିଜୁଳି କାଟ ହେଉଛି । ବକେୟା ବିଲ ପୈଠ କରିନଥିବା ବ୍ୟବସାୟୀଙ୍କ ପ୍ରତିଷ୍ଠାନରୁ ବିଜୁଳି ସଂଯୋଗ ବିଚ୍ଚିନ୍ନ କରାଯାଉଛି । ବିଦ୍ୟୁତ କାଟ୍ ଅଭିଯାନରେ ୩୦ରୁ ଅଧିକ ସ୍କ୍ୱାର୍ଡ ସାମିଲ ହୋଇଛନ୍ତି । ସେପଟେ ରାଉରକେଲାରେ ମଧ୍ୟ ବିଜୁଳି କାଟ୍ ପ୍ରକ୍ରିୟା ଜାରି ରହିଛି ।

ସେହିଭଳି ଦକ୍ଷିଣ ଓଡିଶାରେ ମଧ୍ୟ ପାୱାର କଟ୍ ଆରମ୍ଭ ହୋଇଛି । ମାଲକାନଗିରିର ବିଭିନ୍ନ ସ୍ଥାନରେ ସାଉଥ କୋ-ବିଜୁଳି କାଟ୍ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାର ଗ୍ରାମାଂଚଳଠାରୁ ଆରମ୍ଭ କରି ସହରାଂଚଳ ସବୁଠି ବିଜୁଳି କାଟ୍ କରାଯାଉଛି । ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ତାର କାଟି ଦିଆଯାଉଛି । ଜିଲ୍ଲାରେ କୋଟି କୋଟି ଟଙ୍କାର ବିଲ୍ ବାକି ପଡିଛି । ତେବେ ନୋଟିସ୍ ଦିଆଯିବା ପରେ ୯୫ ଲକ୍ଷ ଟଙ୍କାର ବିଲ୍ ଆଦାୟ ହୋଇଛି । ଗତ ୧୫ ତାରିଖ ସୁଦ୍ଧା ଯେଉଁମାନେ ବିଲ ଦେଇ ନାହାନ୍ତି ସେମାନଙ୍କ ପାୱାରକଟ୍ ହେଉଛି । ଆଉ ଯେଉଁ ଉପଭୋକ୍ତା ଘଟଣାସ୍ଥଳରେ ବିଲ୍ ଦେଉଛନ୍ତି ସେମାନଙ୍କ ତାର କଟା ଯାଉନଥିବା କହିଛନ୍ତି ସାଉଥ କୋ ଅଧିକାରୀ । ମାଲକାନଗିରିରେ ମଧ୍ୟ ବିଜୁଳି କାଟିବାକୁ ଯାଇଥିବା କର୍ମଚାରୀଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି ।

ତେବେ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ମାଡ଼ । ବକେୟା ଟଙ୍କା ଆଦାୟ ବେଳେ ବିଦୁତ କର୍ମଚାରୀ, ଭିଜିଲାନ୍ସ ଅଫିସର ଓ ଏସଡିଓଙ୍କୁ ପିଟିଲେ ଗ୍ରାମବାସୀ । ବାଲେଶ୍ୱର ଖୁଂଟା ଥାନା ନାଉପଦାରେ ଗାଁରେ ଏଭଳି ଘଟଣା ଘଟିଛି । ନେସ୍କୋ ପକ୍ଷରୁ ଏବେ ବିଜୁଳି କାଟ ଚାଲିଛି । ଘରେ ନଥିବା ବେଳେ ବିଜୁଳି କାଟ ହୋଇଥିବାରୁ ପିଟିଛନ୍ତି ଗ୍ରାମବାସୀ । ଥାନାରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ପକ୍ଷରୁ ଏନେଇ ଏତଲା ଦିଆଯାଇଛି ।