ଜୋସ୍ ଦେଖାଇଲା ଭାରତୀୟ ସେନା , ପୁଲୱାମାରେ ଗଡ଼ାଇଲା ୨ ଆତଙ୍କବାଦୀଙ୍କ ମୁଣ୍ଡ ! ଅନନ୍ତନାଗରେ ଏବେ ବି ଜାରୀ ରହିଛି ଏନକାଉଣ୍ଟର ।

141

ଜମ୍ମୁ-କାଶ୍ମୀରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଫାୟାରିଙ୍ଗ୍ ଚାଲୁ ରହିଥିବା ବେଳେ ପୁଲୱାମା ଜିଲ୍ଲାର ଅବନ୍ତୀପୋରାଠାରେ ମଧ୍ୟ ଉଭୟ ଆତଙ୍କବାଦୀ ଏବଂ ସେନା ତରଫରୁ ଫାୟାରିଙ୍ଗ୍ ଚାଲୁ ରହିଛି । ଏଥିରେ ଭାରତୀୟ ସେନା ଦୁଇ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଛନ୍ତି । ଅନ୍ୟପକ୍ଷରେ ଅନନ୍ତନାଗରେ ମଧ୍ୟ ଏନକାଉଣ୍ଟର ଜାରୀ ରହିଛି ।

 

ଅବନ୍ତୀପୋରାର ପଞ୍ଜଗାମ୍ ଗାଁରେ ଆଜି ସକାଳୁ ଆତଙ୍କବାଦୀଙ୍କ ୧୩୦ ବାଟାର୍ଲିୟାନ୍ ସିଆରପିଏଫ୍ , ୫୫ ଆରଆର୍ ଏବଂ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଏସଓଜି) ଙ୍କ ମଧ୍ୟରେ ଫାୟାରିଙ୍ଗ୍ ହୋଇଥିଲା । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ଯେଉଁଥିରେ ଜଣଙ୍କ ନାଁ ଶେକତ୍ ଅହମ୍ମଦ୍ ବୋଲି କୁହାଯାଉଛି । ଆପଣଙ୍କୁ କହିରଖୁଛୁ ଜମ୍ମୁ-କାଶ୍ମୀରର କିଛି ସ୍ଥାନରେ ଏବେ ଆଲର୍ଟ ଜାରୀ କରାଯାଇଛି । ଘାଟିରେ ଆତଙ୍କବାଦୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଗୁରୁବାର ହିଁ ପୁଲୱାମାରେ ଏକ ବଡ ଫାୟାରିଙ୍ଗ୍ ହୋଇଥିଲା । ଯେଉଁଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।