ରାଜଧାନୀରେ ସାଂଘାତିକ ସ୍ଥିତିରେ ସ୍ଥାନୀୟ ସଂକ୍ରମଣ : ୪ ଦିନରେ ୨୬%ରୁ ବଢ଼ି ପହଞ୍ଚିଲା ୪୪%ରେ

କୋଭିଡ୍ ପରିଚାଳନାକୁ ଅଧିକ ଶୃଙ୍ଖଳିତ କରିବାକୁ ପଦକ୍ଷେପ: ଜିଲ୍ଲା ସ୍ତରରେ ଗଢା ହେବ କୋଭିଡ୍ କମିଟି; ଚିକିତ୍ସାମାନ ସହ କୋଭିଡ୍ ମୁକାବିଲାର କରିବ ଯାଂଚ, ସ୍ୱାସ୍ଥ୍ୟ ବିଭାଗ ଜାରିକଲା ନିର୍ଦ୍ଦେଶ

କନକ ବ୍ୟୁରୋ : ରାଜଧାନୀରେ ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି ସ୍ଥାନୀୟ ସଂକ୍ରମଣ। ଗତ ୩ ଦିନର ସ୍ଥାନୀୟ ସଂକ୍ରମଣକୁ ଅନୁଧ୍ୟାନ କଲେ ଏଭଳି ପରିସ୍ଥିତି ଜଳ ଜଳ ହୋଇ ଦେଖାଗଲାଣି। ୨୭ତାରିଖରେ ରାଜଧାନୀରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ତାହାର ୨୬ ପ୍ରତିଶତ ଥିଲେ ସ୍ଥାନୀୟ ସଂକ୍ରମିତ। ମାତ୍ର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତଙ୍କ ହାର ରହିଛି ୪୪ ପ୍ରତିଶତ। ଦୁଇ ଦିନରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରତ୍ୟେକ ଦିନ ପୁଳା ପୁଳା ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଲୋକମାନଙ୍କ ଭିତରେ ଆତଙ୍କ ଖେଳାଇ ଦେଲାଣି।

ଗତ ୨୬ତାରିଖରେ ସ୍ଥାନୀୟ ସଂକ୍ରମଣ ୩୬ ପ୍ରତିଶତ ଥିବା ବେଳେ ୨୭ତାରିଖରେ ୨୬ ପ୍ରତିଶତ, ୨୮ ତାରିଖରେ ୩୦ ପ୍ରତିଶତ, ୨୯ ତାରିଖରେ ୨୮ ପ୍ରତିଶତ ଓ ୩୦ ତାରିଖରେ ୪୪ ପ୍ରତିଶତରେ ପହଞ୍ଚି ଯାଇଛି। କୋଭିଡ୍‌ ନିୟନ୍ତ୍ରଣ ନେଇ ବିଏମ୍‌ସି ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ହେଁ, ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରି ନାହିଁ। ବିଶେଷକରି ଚଳିତ ମାସରେ ରୋଗୀଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe