କନକ ବ୍ୟୁରୋ : ନୀଳଗିରିରେ ତିଆରି ହେଉଥିଲା ଦେଶୀ ବନ୍ଧୁକ । ହାତୀଖୁଲିଆ ଠାରେ ଦେଶୀ ବନ୍ଧୁକ କାରଖାନା ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲା ନୀଳଗିରି ପୁଲିସ । କୁଳଡିହା ବନ ବିଭାଗ ମଧ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିଲା ।

Advertisment

ଚଢ଼ାଉ ବେଳେ ଅଧା ତିଆରି ହୋଇଥିବା ବନ୍ଧୁକ, ବିପୁଳ ପରିମାଣର ଯନ୍ତ୍ରାଂଶ ଜବତ କରାଯାଇଛି । ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ସ୍ଥାନୀୟ ଅଂଚଳର ରବି ସିଂ ଓ ରବୀନ୍ଦ୍ର ସିଂ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି । ଏମାନଙ୍କ ସହ ଆଉ କେଉଁମାନେ ରହିଛନ୍ତି, ସେମାନଙ୍କୁ ଧରିବାକୁ ଧରପଗଡ଼ କରୁଛି ପୁଲିସ ।