ଶେଷ ମୁହୂର୍ତ୍ତରେ ଟିକେଟ ପାଇଁ ନବୀନ ନିବାସରେ ଲବି । ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ନଜର ।

710

କନକ ବ୍ୟୁରୋ: ଶେଷ ମୁହୁର୍ତରେ ଟିକେଟ ପାଇଁ ନବୀନ ନିବାସରେ ଲବି । ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ରହିଛି ଅପେକ୍ଷା । ୭୫ ବିଧାନସଭା ଓ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ଦଳ । ଏଥିପାଇଁ ସକାଳୁ ସଂଜ ଯାଏଁ ନବୀନ ନିବାସ ଆଗରେ ନେତା ଓ କର୍ମୀଙ୍କ ଭିଡ଼ ଜମୁଛି । ହେଲେ ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି । ତୃତୀୟ ପର୍ଯ୍ୟାୟରେ ବଡ଼ ବଡ଼ ନେତା ଏବଂ ବହୁ ଚର୍ଚ୍ଚିତ ଆସନ ପାଇଁ ଟିକେଟ୍ ଘୋଷଣା ହେବାକୁ ରହିଛି ।

ଭୁବନେଶ୍ୱରରେ ୩ଟି ଆସନରେ ଏବେବି ପ୍ରାର୍ଥୀ ଘୋଷଣା ହୋଇନାହିଁ । ବିଶେଷକରି ଯେଉଁ ଆସନରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଅଧିକ ରହିଛି । ସେହି ଆସନ ଗୁଡିକରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ଗତକାଲି ଶଙ୍ଖଭବନରେ ଭୁବନେଶ୍ୱର ପାଇଁ କସରତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି, ଭୁବନେଶ୍ୱର ଏକ ଆସନରେ ସରର୍ପାଇଜ୍ କାର୍ଡ ଖେଳିପାରେ ଦଳ ।