ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ: ସୋସିଆଲ ମିଡିଆରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

517

କନକ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ । ଏହାର ସୂଚନା ନିଜେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି । ମୋଦୀ କହିଛନ୍ତି, ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ଭାରତ ରତ୍ନରେ ସମ୍ମାନୀତ କରାଯିବ । ମୁଁ ତାଙ୍କ ସହ କଥା ହୋଇ ଏହି ସମ୍ମାନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛି । ଆଡଭାନୀ ଜୀ ଆମ ସମୟର ଜଣେ ସମ୍ମାନୀତ ରାଷ୍ଟ୍ରନେତା । ଭାରତର ବିକାଶରେ ଲାଲକୃଷ୍ଣ ଆଡଭାନୀଙ୍କ ଅନେକ ଅବଦାନ ରହିଛି । ତାଙ୍କ ଜୀବନୀ ତଳ ସ୍ତରରୁ ଆରମ୍ଭ ହୋଇ ଦେଶର ଉପପ୍ରଧାନମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବା ଯାଏଁ ରହିଛି । ସେ ଗୃହମନ୍ତ୍ରୀ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ବି କାମ କରିଥିଲେ ।

ମୋଦୀ ଆହୁରି ଲେଖିଲେ କି, ସାର୍ବଜନୀନ ଜୀବନରେ ଆଡଭାନୀ ଜୀଙ୍କ ଦଶକ ସେବାର ପାରଦର୍ଶିତା ଓ ଅଖଣ୍ଡତା ପ୍ରତି ଅତୁଟ ପ୍ରତିବଦ୍ଧତା ଭାବେ ଜଣାଯାଏ, ଯିଏ ରାଜନୈତିକ ନୈତିକତାରେ ଏକ ଅନୁକରଣୀୟ ମାନକ ସ୍ଥାପିତ କରିଥିଲେ । ସେ ରାଷ୍ଟ୍ରିୟ ଏକତା ଓ ସଂସ୍କୃତିକ ପୁନରୁତ୍ଥାନକୁ ଆଗକୁ ବଢାଇବାକୁ ସେ ଦିଗ ଦେଖାଅଥିଲେ । ସେ ଭାରତରତ୍ନ ପାଇବା ଅତି ଭାବୁତ କ୍ଷଣ ।

ଲାଲକୃଷ୍ଣ ଆଡଭାନୀ ଦଳର ଏକମାତ୍ର ନେତା ଯିଏ ୧୯୮୦ ମସିହାରୁ ଭାରତୀୟ ଜନତା ପାର୍ଟି ତିଆରି ହେବା ପରଠୁ ଅଧିକାଂଶ ସମୟ ପାର୍ଟି ଅଧ୍ୟ ଦାୟିତ୍ୱ ତୁଲାଇଥିଲେ । ସେ ପ୍ରଥମ ଥର ୧୯୮୬ରୁ ୧୯୯୦ ଯାଏଁ ଦଳର ଅଧ୍ୟକ୍ଷ ରହିଥିଲେ । ଏହାପରେ ୧୯୯୩ରୁ ୧୯୯୮ ଆଉ ତାପରେ ୨୦୦୪ରୁ ୨୦୦୫ ଯାଏଁ ପାର୍ଟି ଅଧ୍ୟକ୍ଷ ରହିଥିଲେ । ସାଂସଦ ଭାବେ ୩ଥର ଲମ୍ବା ପାଳିରେ ରହିଲା ପରେ ତାଙ୍କୁ ଗୃହମନ୍ତ୍ରୀ କରାଯାଇଥିଲା । ଏହାପରେ କ୍ୟାବିଟେନକେ ତାଙ୍କୁ ଉପ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ।