କନକ ବ୍ୟୁରୋ : ଚିରାଗ ପାସୱାନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଝଟକା ଲାଗିଛି । ଚିରାଗ ପାସୱାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି ଚିରାଗଙ୍କ ଆବେଦନର କୌଣସି ଆଧାର ନାହିଁ  । ଏହି ମାମଲା ଏବେ ଲୋକସଭା ବାଚଷ୍ପତ୍ତିଙ୍କ ନିକଟରେ ନିକଟରେ ରହିଛି , ତେଣୁ ଏନେଇ କୋର୍ଟ ପକ୍ଷରୁ କୌଣସି ନିର୍ଦ୍ଦେଶ ଦେବାର ଆବଶ୍ୟକତା ନାହିଁ ।

Advertisment

ଲୋକସଭା ଅଧ୍ୟକ୍ଷଙ୍କ ପକ୍ଷରୁ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ସଦସ୍ୟ ଭାବେ ପଶୁପତି ପାରସଙ୍କୁ ମନ୍ତ୍ରୀପଦ ଦେବା ପରେ ଏହା ବିରୋଧରେ ଚିରାଗ ପାସୱାନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନର ଶୁୂଣାଣି ବେଳେ ବାଚଷ୍ପତ୍ତିଙ୍କ ପକ୍ଷରୁ ଲଢୁଥିବା ଓକିଲ ସୁପ୍ରିମ କୋର୍ଟର ଏକ ରାୟକୁ ଉପସ୍ଥାପନ କରିଥିଲେ ।

କୋର୍ଟ ଆହୁରି କହିଛନ୍ତି କି ଏଲଜେପି ମାମଲାରେ କୋର୍ଟ ଏବେ କୌଣସି ଆଦେଶ ଦେଇପାରିବ ନାହିଁ । ଏହାର କାରଣ ଭାବେ କୋର୍ଟ କହିଛନ୍ତି କି ଏହି ମାମଲା ଏବେ ଲୋକସଭା ବାଚଷ୍ପତ୍ତିଙ୍କ ନିକଟରେ ବିଚାରାଧିନ ରହିଛି । ଚିରାଗଙ୍କ ଓକିଲ ଏହାକୁ ଡିଫେଣ୍ଡ କରିପାରି ନଥିଲେ ।

ପଶୁପତି ପାରସଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଛନ୍ତି କି ଯେଉଁ ଚିଠି ପାରସଙ୍କ ପକ୍ଷରୁ ଲୋକସଭାର ଅଧ୍ୟକ୍ଷଙ୍କୁ ଦେଇଛନ୍ତି ସେହି ସମୟରେ ପାରସ ପାର୍ଟିର ଚିଫ୍ ହ୍ୱିପ୍ ଥିଲେ ଓ ପରେ ପାର୍ଟିର ଲିଡର ଭାବେ ନିର୍ବାଚିତ ହୋଇଥିଲେ । ଏହାକୁ ନେଇ କୋର୍ଟ କହିଥିଲେ କି ଏଭଳି ଆବେଦନ ନିର୍ବାଚନ ଆୟୋଗଙ୍କ ନିକଟରେ କରିବାର ଆବଶ୍ୟକ ରହିଛି ।

କହିରଖୁ କି ଦିଲ୍ଲୀ ହାଇକୋର୍ଟରେ ଚିରାଗ କରିଥିବା ଆବେଦନରେ କହିଥିଲେ କି ଦଳ ବିରୋଧୀ ଗତିବିଧି ଓ ଦଳର ଶୀର୍ଷ ନେତୃତ୍ୱଙ୍କୁ ଧୋକ୍କା ଦେବା କାରଣରୁ ପଶୁପତି ପାରସଙ୍କୁ ଦଳରୁ ବିତାଡିତ କରାଯାଇଛି । ଏହି କାରଣରୁ ସେ ଏବେ ଏଲଜେପିର ସଦସ୍ୟ ନୁହନ୍ତି । ଏହାକୁ ନେଇ ଚିରାଗ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କ ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ।