କନକ ବ୍ୟୁରୋ : ବାରଙ୍ଗ ଷଣ୍ଢପୁର ୟୁଜିଏମ୍ଇି ସ୍କୁଲର ମଧ୍ୟାହ୍ନଭୋଜନରୁ ଝିଟିପିଟି ବାହାରିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଧ୍ୟାହ୍ନଭୋଜନ ବିଷାକ୍ତ ହୋଇଯିବାରୁ ଏହାକୁ ଖାଇ ସ୍କୁଲର ୫୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଧିକାଂଶଙ୍କର ବାନ୍ତି ହେବା ସହ ମୁଣ୍ତ ବୁଲାଉଛି ଓ ପେଟ ଟାଣୁଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ କର୍ତ୍ତୃପକ୍ଷ ଓ ଅଭିଭାବକ ଶିଶୁଭବନରେ ଭର୍ତ୍ତି କରାଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ୧୫ଜଣଙ୍କୁ ଡିସଚାର୍ଜ୍ କରିଦିଆଯାଇଥିବା ବେଳେ ୪୧ ଜଣଙ୍କୁ ଶିଶୁଭବନରେ ଭର୍ତ୍ତି କରାଯାଇଛି।
କେଉଁ କାରଣରୁ ଏଭଳି ହୋଇଛି ତାହା ଜାଣିବା ପାଇଁ ଶିଶୁଭବନ କର୍ତ୍ତୃପକ୍ଷ ବାନ୍ତିର ନମୁନା ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଇଛନ୍ତି। ଅନ୍ୟପଟେ କେନ୍ଦ୍ରାଞ୍ଚଳ ଆର୍ଡିସି ଅନିଲ କୁମାର ସାମଲ ଘଟଣାର ତଦନ୍ତ ଓ ପଦକ୍ଷେପ ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଭବିଷ୍ୟତରେ ଯେଭଳି ଏମିତି ଅଘଟଣ ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ଆର୍ଡିସି ନିର୍ଦ୍ଦେଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/lizard-1-640x430.jpg)