ସାଧାରଣତଃ ପ୍ରତ୍ୟେକଙ୍କ ଘରେ ଝିଟିପିଟିର ଉପସ୍ଥିତି ଦେଖିବାକୁ ମିଳେ । ଘର କାନ୍ଥରେ ହେଉ ଅବା କେଉଁ କୋଣରେ ସବୁଆଡେ ଝିଟିପିଟିକୁ ଆମେ ଦେଖିଥାଉ । କିଛି କିଛି ମହିଳା ଝିଟିପିଟିକୁ ଭୟ ମଧ୍ୟ କରିଥାନ୍ତି ଏବଂ ବିଭିନ୍ନ ପ୍ରକ୍ରିୟାରେ ଘରୁ ବାହାର କରିବା ପାଇଁ ଚେଷ୍ଟା କରିଥାନ୍ତି । ଖୁବ୍ କମ୍ ଘଟଣା ଦେଖାଯାଇଛି ଯେଉଁଠି ଝିଟିପିଟି କାହା ଦେହରେ ପଡିଲା ପରେ କାମୁଡିଛି । ଅଜବ ଲାଗୁଥିଲେ ବି ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛୁ ଝିଟିପିଟି କାମୁଡିଲେ କରିବେ କ’ଣ? ଆପଣ ଏଠାରେ ଡାକ୍ତରଖାନା ଯିବେ କହିବେ କିନ୍ତୁ ଏହା ପୂର୍ବରୁ ପ୍ରାରମ୍ଭିକ ଉପଚାର କରିବା ମଧ୍ୟ ଖୁବ୍ ଜରୁରୀ । ତେବେ ଆସନ୍ତୁ ଜାଣିବା ଯେ ଝିଟିପିଟି କାମୁଡାରୁ ରକ୍ଷା ପାଇବା ପାଇଁ ଆପଣ କେଉଁ ଉପାୟ ଆପଣାଇବେ ।

Advertisment

publive-image

୧ . ଝିଟିପିଟି କାମୁଡିବା ପୁର୍ବରୁ ପ୍ରଥମେ କଟାସ୍ଥାନରେ ଡେଟଲ୍ ସାବୁନ ଲଗାନ୍ତୁ । ଏହାଦ୍ୱାରା ଜହର ପ୍ରସାରିତ ହେବ ନାହିଁ ।

୨ . ଝିଟିପିଟି ଜୋରରେ କାମୁଡିଥିଲେ ଏହାର ଦାନ୍ତ ମଧ୍ୟ ଉକ୍ତ ସ୍ଥାନରେ ଗଳିଯାଏ ତେଣୁ ଚିମୁଟା ମାଧ୍ୟମରେ ଦାନ୍ତକୁ କାଢିଦିଅନ୍ତୁ ।

୩ . କ୍ଷତ ସ୍ଥାନରୁ ରକ୍ତ ବାହାରୁଥିଲେ ଏହାକୁ ଅଧିକ ହଲାନ୍ତୁ ନାହିଁ ଏହାଦ୍ୱାରା ରକ୍ତ ପ୍ରସାରିତ ହେବା ସହ ରକ୍ତସ୍ରାବ ବନ୍ଦ ହେବ ନାହିଁ ।

୪ . କିଛି ଲୋକ କ୍ଷତରୁ ନିସ୍ତାର ପାଇବା ପାଇଁ ଆଲକହଲ୍ ତଥା ହାଇଡ୍ରୋଜେନ୍ ପେରୋକ୍ସାଇଡ୍ ବ୍ୟବହାର କରିଥାନ୍ତି କିନ୍ତୁ ଏହାଦ୍ୱାରା ଚର୍ମ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।

୫ . କାମୁଡା ସ୍ଥାନକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଗରମ ପାଣିରେ ବୁଡାଇ ରଖନ୍ତୁ ଇନଫେକ୍ସନ୍ ହେବ ନାହିଁ ।

୬ . କ୍ଷତ ସ୍ଥାନକୁ ସଫା କରିବା ପରେ ଆଣ୍ଟିବାୟୋଟିକ୍ ଲଗାଇବା ପାଇଁ ଭୁଲନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶରେ ଟେଟନେସ୍ ର ଇଞ୍ଜେକସନ୍ ଲଗାନ୍ତୁ । କ୍ଷତ ସ୍ଥାନ ପାଶ୍ୱର୍ରେ ବରଫ ଲଗାଇପାରନ୍ତି କିନ୍ତୁ କ୍ଷତରେ ବରଫ ଲଗାଇବା ଭୁଲ୍ କରନ୍ତୁ ନାହିଁ ।

୭ . କ୍ଷତ ଖୋଲା ରହିବାକୁ ଦିଅନ୍ତୁ,ବ୍ୟାଣ୍ଡେଜ୍ ବାନ୍ଧିଲେ ଏହା ଶୀଘ୍ର ଶୁଖିନଥାଏ ଏବଂ ପଚିଯିବା ସମ୍ଭାବନା ମଧ୍ୟ ଅଧିକ ଥାଏ ।