କନକ ବ୍ୟୁରୋ: ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳାରେ । ଜଣେ ବ୍ୟବସାୟୀ ତପନ ପାଲଙ୍କ ଦାନ୍ତ ବ୍ୟଥା ହେବାରୁ ଘର ପାଖରେ ଥିବା କ୍ଲନିକକୁ ଯାଇଥିଲେ । ଯେଉଁ କ୍ଲିନିକ ସମ୍ପୁର୍ଣ୍ଣ ବେଆଇନ୍ ଭାବେ ହୋଇଥିଲା । ଆଉ ସେଠାରେ ଚିକିତ୍ସା କରୁଥିଲେ କ୍ୱାକ୍ । ସେଠାରେ ଚିକିତ୍ସା କରୁଥିବା କ୍ୱାକ ଜଣକ ନଥିବା ବେଳେ ତାଙ୍କର ପତ୍ନୀ କରିଥିଲେ ଚିକିତ୍ସା । ତପନଙ୍କ ଦାନ୍ତ ଯନ୍ତ୍ରଣା ହେଉଥିବା ବେଳେ ମହିଳା ଜଣଙ୍କ ଚିକିତ୍ସା ନାଁରେ ତାଙ୍କ ଦାନ୍ତଟିକୁ ସମ୍ପୁର୍ଣ୍ଣ ଓପାଡି ଦେଇଥିଲେ । ଯାହାକି ତାଙ୍କ ଯନ୍ତ୍ରଣା ବଢାଇ ଦେଇଥିବା ବେଳେ ରକ୍ତସ୍ରାବ ଥମିନଥିଲା । ରକ୍ତଚାପ ଓ ଡାଇବେଟିସ୍ ଥିବା ବେଳେ ଅତ୍ୟଧିକ ରକ୍ତ ସ୍ରାବ ଯୋଗୁ ତପନ ସେଠାରେ ଗୁରୁତର ହାଇପଡ଼ିଥିଲେ । ସେଠାରୁ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲେ ବି ଅତ୍ୟଧିକ ରକ୍ତ ସ୍ରାବ ଯୋଗୁ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା । ଘଟଣା ନେଇ ଥାନରେ ଜଣାଯାଇଥିବା ବେଳେ କ୍ୱାକ୍ ଓ ତାଙ୍କ ପତ୍ନୀ ଫେରାର ହେଇଯାଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ଦିନ ଯାଏ କାଲିମେଳା ସଦର ମହକୁମାରେ କିଭଳି ବେଆଇନ କ୍ଲିନିକ ସହ ନକଲି ଡାକ୍ତରଙ୍କ ଚିକିତ୍ସା ଚାଲିଥିଲ । ଏନେଇ କାହିଁକି ପଦକ୍ଷେପ ନିଆଯାଇନଥିଲା ।
ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁ ଚାଲିଗଲା ଜୀବନ । ଦାନ୍ତ ଉପାଡିବା ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ରୋଗୀଙ୍କର ମୃତ୍ୟୁ ।
/kanak/media/post_attachments/wp-content/uploads/2022/10/greh.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)