କନକ ବ୍ୟୁରୋ : ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ସଂପର୍କରେ ଆଜି ସଂସଦକୁ ଅବଗତ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ ସିଂ କହିଛନ୍ତି, ୮ ଡିସେମ୍ବରରେ ଭାରତୀୟ ବାୟୁସେନାର ବିମାନ ଯେଉଁଥିରେ ସିଡିଏସ ବିପିନ୍ ରାୱତ ଥିଲେ ତାହା ଦୁର୍ଘଟଣାର ଶିକାର ହୋଇଛି । ବିପିନ୍ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ବାୟୁସେନା ସଦସ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସଂସଦରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

Advertisment

ସଂସଦରେ ସିଡିଏସ ରାୱତଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଶ୍ରଦ୍ଧଞ୍ଜଳୀ ଜଣାଇଛନ୍ତି । ଏହା ସହ ରାଜନାଥ ସିଂ କହିଛନ୍ତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି । ଏୟାର ମାର୍ସଲ ମାନଭେନ୍ଦ୍ର ସିଂହଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି । ଏବଂ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ଗତକାଲି ଠାରୁ ପହଂଚି ତଦନ୍ତ କରୁଛନ୍ତି । ସେପଟେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଚିକିତ୍ସା ଜାରିରହିଛି । ଲାଇଫ ସର୍ପୋଟ ସିଷ୍ଟମରେ ତାଙ୍କୁ ରଖାଯାଇଥିବାସ ସୂଚନା ଦେଇଛନ୍ତି ରାଜନାଇ ସିଂହ ।

ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସଙ୍କ ମୃତ୍ୟୁ ଘଟିଛି । ଏହାପରେ ସରକାରଙ୍କ ଆଗରେ ଅନେକ ନୂଆ ଚ୍ୟାଲେଞ୍ଜ ଉଭା ହୋଇଛି । ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନ ପାଇଁ ଦେଶର ସୁରକ୍ଷା ଏବେ ବଡ ଚ୍ୟାଲେଞ୍ଜ ରହିଛି । ତେଣୁ ଦୀର୍ଘ ସମୟ ଧରି ଏହି ପଦ ଖାଲି ରହିବା ଠିକ୍ ନୁହେଁ । ପୂର୍ବରୁ ଯଦିଓ ସେନାର ଏହି ପଦ ନଥିଲା କିନ୍ତୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ପରେ ତିନି ସେନାର ମୁଖିଆ ରହିବା ଆବଶ୍ୟକ ବୋଲି ହୃଦବୋଧ କରିଥିଲୋ ଆଉ ଏହାପରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ପଦ ତିଆରି ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ବିପିନ ରାୱତଙ୍କ ଉତରାଧିକାରୀ ଘୋଷଣା ହେବା ସହିତ ସେନା ପାଇଁ ସେକ୍ସନ ପ୍ଲାନ ଆସିବ ବୋଲି ସୂଚନା ରହିଛି । ଯାହାକି ଖୁବଶୀଘ୍ର ପୂରଣ ହେବ ।