କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛନ୍ତି । ସେଠାରେ ପହଂଚିବା ପରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ପୂର୍ବରୁ କଂଗ୍ରେସ ଅମଳରେ କିପର ଭାବରେ ଦେଶରେ ଶାସନ ଚାଲିଥିଲା ଓ ଏବେ ବିଜେପି ସରକାର ଆସିବା ପରେ କିପରି ଭାବରେ ଶାସନ ଚାଲିଛି ତାହାର ଉଦାହରଣ ଦେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି । ମୋଦି କହିଛନ୍ତି ଯେ, ରାଫେଲକୁ ନେଇ ସାରା ଦେଶରେ ଲୋକମାନଙ୍କୁ କଂଗ୍ରେସ ମିଛରେ ଭୂୟାଁ ବୁଲାଉଥିଲା । ହେଲେ ସତ କେବେ ଲୁଛି ରହେନା । କୋର୍ଟ ସମସ୍ତ ଘଟଣାର ବିଚାର କରି ଯେଉଁ ରାୟ ଶୁଣାଇଛନ୍ତି ତାହାକୁ ନେଇ ମଧ୍ୟ ଆରୋପ ଲଗାଇଛି କଂଗ୍ରେସ।
ରାମଚରିତ ମାନସର ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ଭଗବାନ ରାମ କହିଛନ୍ତି ଯେଉଁମାନେ ମିଛ କହି ଲୋକମାନଙ୍କୁ ଭୂୟାଁ ବୁଲାଉଛନ୍ତି ସେମାନେ ବେଶି ଦିନ ତିଷ୍ଠି ପାରିବେ ନାହିଁ । ସେମାନେ ଏପରି ବ୍ୟକ୍ତି କି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ମିଛ ଦେଶର ସେହି ବିଭାଗରେ ଦାୟିତ୍ୱରେ ଥିବା ମନ୍ତ୍ରୀ ମଧ୍ୟ ମିଛୁଆ । କେବଳ ଏତିକି ନୁହେଁ ବରଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମିଛ କହିବା ପାଇଁ ପଛାଇଲେ ନାହିଁ ବୋଲି କହିବା ପାଇଁ ପଛାଇନାହାନ୍ତି । ଶେଷରେ ଅନ୍ୟ ଦେଶ ଅର୍ଥାତ ଫ୍ରାନ୍ସକୁ ମଧ୍ୟ ମିଛୁଆ କହିଛି କଂଗ୍ରେସ । ତେଣୁ ଦୁନିଆରେ ସମସ୍ତେ ମିଛ କହୁଛନ୍ତି କେବଳ କଂଗ୍ରେସ ଦଳ ହିଁ ସତ କହୁଛି । ସେହି ଦଳ ସରକାର ଥିବା ସମୟରେ ଯାହା ପ୍ରମାଣ ଦେଇଥିଲା ତାହା ସତ୍ୟ । ଆଉ ବର୍ତମାନ ଦିଆଯାଇଥିବା ସମସ୍ତ ତଥ୍ୟ ମିଥ୍ୟା ବୋଲି କୁହାଯାଉଛି ।
/kanak/media/post_attachments/wp-content/uploads/2018/12/upnmodi-kGdB-621x414@LiveMint-1.jpg)