ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧା ପ୍ରସାରଣ । କରୋନା କଟକଣା ପାଇଁ ଶ୍ରୀବିଗ୍ରହଙ୍କ ବାହୁଡା ଯାତ୍ରାକୁ ଟିଭି ପରଦାରେ ଦେଖିବେ ଭକ୍ତ । ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ବି ହେବ ସିଧାପ୍ରସାରଣ

101

କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ଦୂରଦର୍ଶନରେ ରଥଯାତ୍ରାର ସିଧା ପ୍ରସାରଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜାରି ନିର୍ଦେଶାବଳୀ ଅନୁଯାୟୀ ରଥଯାତ୍ରାର ସିଧା ପ୍ରସାରଣ ଦୂରଦର୍ଶନରେ କରାଯାଇ ବୈଦ୍ୟୁତିକ ଗଣମାଧ୍ୟମ/ୱେବମିଡିଆକୁ ମାଗଣାରେ କମନ୍ ଫିଡ୍ ଉପଲବ୍ଧ କରାଯାଇଛି ବୋଲି ଦୂରଦର୍ଶନ ପକ୍ଷରୁ ସୂଚନା ଦିଆଯାଇଛି।

ଜୁଲାଇ ୧ ତାରିଖ ତଥା ଆଜି ସକାଳ ୭ଟା ୩୦ରୁ ବାହୁଡ଼ା ଯାତ୍ରାର ସିଧାପ୍ରସାରଣ କରାଯିବ। ସେହିପରି ୨ ତାରିଖ ଅପରାହ୍ନ ୩ଟା ୩୦ରୁ ସୁନାବେଶ, ୩ ତାରିଖ ଅପରାହ୍ନ ୪ଟା ୩୦ରୁ ଅଧରପଣା ଓ ୪ ତାରିଖ ଅପରାହ୍ନ ୩ଟାରେ ନୀଳାଦ୍ରିବିଜେର ସିଧା ପ୍ରସାରଣ ହେବ। ବାହୁଡ଼ା ଯାତ୍ରା ଓ ସୁନାବେଶର ଲାଇଭ୍ ୱେବକାଷ୍ଟ ‘http://rathjatra.nic.in’ ମାଧ୍ୟମରେ ଉପଲବ୍ଧ ହେବ। ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ଲାଇଭ୍ ଷ୍ଟ୍ରିମିଂ ଡିଡି-ଓଡ଼ିଆର ୟୁ-ଟ୍ୟୁବ ଚ୍ୟାନେଲ୍ ‘www.youtube.com/c/ddodisha’ରେ ମଧ୍ୟ ଦର୍ଶକମାନେ ପାଇପାରିବେ ବୋଲି ଦୂରଦର୍ଶନ ପକ୍ଷରୁ କୁହାଯାଇଛି।