ସୁନ୍ଦରଗଡ଼ ହେମଗିରି ଥାନା ଡୁଡୁକା ଗାଁରେ ଅଭାବନୀୟ ଘଟଣା: ଦୁଇ ମହଲା କୋଠା ଉପରୁ ଡେଇଁ ପଡ଼ିଲେ ଯୁବକ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ସୁନ୍ଦରଗଡ଼ ହେମଗିରି ଥାନା ଡୁଡୁକା ଗାଁରେ ଅଭାବନୀୟ ଘଟଣା: ଦୁଇ ମହଲା କୋଠା ଉପରୁ ଡେଇଁ ପଡ଼ିଲେ ଯୁବକ, ଘଟଣାସ୍ଥଳରେ ଚାଲିଗଲା ଜୀବନ

କନକ ବ୍ୟୁରୋ: ଆତ୍ମହତ୍ୟା ଲାଇଭ୍ ଚିତ୍ର । ସୁନ୍ଦରଗଡରୁ ଆସିଥିବା ଏହି ଦୃଶ୍ୟ ଦେଖିଲେ ଆପଣଙ୍କର ବି ଲୋମ ଟାଙ୍କୁରୀ ଉଠିବ । ଆପଣଙ୍କୁ ବି ବିଚଳିତ କରିଦେବ । ଏହି ଘଟଣା ହେଉଛି ହେମଗିରି ଥାନା ଡୁଡୁକା ଗାଁର । ଗାଁର ଶିବ ଚନ୍ଦନ ନାମକ ଯୁବକ ଜଣକ ଚଢିଥିଲେ ଘରୋଇ ବ୍ୟାଙ୍କ୍ ଛାତ ଉପରକୁ । ଧମକ ଦେଉଥିଲେ ଆତ୍ମହତ୍ୟା କରିବେ । ଘଟଣା ଜାଣିବା ପରେ ପରେ ଲୋକ ବି ଜମା ହୋଇଯାଇଥିଲେ । ପୋଲିସ ପହଁଚି ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲା ।

ଶେଷରେ କିଛି ଫଳ ମିଳିଲାନି । ଏତିକି ବେଳେ ହଠାତ୍ ଛାତ ଉପରୁ ତଳକୁ ଡେଇଁ ପଡିଥିଲେ ଶିବ । ତଳେ ପଡିବା ପରେ ଯନ୍ତ୍ରଣାରେ ଛଟପଟ ହୋଇ ସେହିଠାରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା । ଏହି ଘଟଣାର ପୁରା ଚିତ୍ରକୁ କ୍ୟାମେରାରେ କଏଦ ହୋଇଛି । ଯାହାକୁ ସେଠାରେ ଉପସ୍ଥିତ ଥିବା କେହି ଜଣେ ମୋବାଇଲରେ କଏଦ କରିନେଇଥିଲେ । ତେବେ ଯୁବକ ଜଣକ ମାନସିକ ବିକୃତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପୋଲିସ ସମ୍ମୁଖରେ ଏଭଳି ଆତ୍ମହତ୍ୟା ଘଟଣା ସାରା ଅଂଚଳରେ ଚର୍ଚାର କାରଣ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe