କଏଦ ହେଲା ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ ଚିତ୍ର: କଳିଙ୍ଗ ନଗରରେ କାରକୁ ଅଟକାଇ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ଫେଲ୍

ନିଜଆଡୁ ମାମଲା ରୁଜୁ କରି ପୁଲିସର ତଦନ୍ତ

804

କନକ ବ୍ୟୁରୋ: ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ ଭିଜୁଆଲ ।  ଭାଇରାଲ ହେଉଛି ଭିଡିଓ ।  କିଭଳି ଏକ କାରକୁ ଅଟକାଇ ଲୁଟ କରିବାକୁ ଉଦ୍ୟମ କରୁଛନ୍ତି  ଦୁର୍ବୃତ ।  ଯାହା କାରର ଲାଗିଥିବା ଡେସବୋର୍ଡ କ୍ୟାମେରାରେ କଏଦ ହୋଇଛି ।  ଏ ଦୃଶ୍ୟ ଆସିଛି  ଯାଜପୁର ଜିଲ୍ଲା  କଳିଙ୍ଗନଗର ଶିଳ୍ପାଂଚଳରୁ ।  ଡୁବୁରୀ ଟମକା ରାସ୍ତାର ଡୁବୁରୀସ୍ଥିତ  ଏନଆଇଏନଏଲ କଲୋନୀ ନିକଟରେ ଏଭଳି ଘଟଣା ଘଟିଛି ।

ଖବର ଅନୁସାରେ, ଏକ ଶିଳ୍ପସଂସ୍ଥାର  ଜଣେ ଅଧିକାରୀ ଏହି ରାସ୍ତା ଦେଇ ଯାଉଥିବା ସମୟରେ ୫ରୁ ୬ ଜଣ ଦୁର୍ବୃତ  ତାଙ୍କୁ ଅଟକାଇଥିଲେ ।  ସେମାନେ ହାତରେ  ଅସ୍ତ୍ରଶସ୍ତ୍ର ଧରିଥିବା ଦେଖି  କାର ଚଳାଉଥିବା ବ୍ୟକ୍ତି ନିଜ କାରକୁ ଦ୍ରୁତ ଗତିରେ ନେଇଆସିଥିଲେ ।  ଏବେ ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।  ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।  ପୁଲିସ ନିଜଆଡୁ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ଭିଡିଓଟି ଭାଇରାଲ ହେବା ପରେ ଦୁର୍ବୃତମାନେ ଫେରାର ହୋଇଯାଇଛନ୍ତି ।